ବାର୍ଷିକ ପୁରଷ୍କାର ବିତରଣ ଉତ୍ସବ…

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ପୁରଷ୍କାର ବିତରଣ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନି ଙ୍କ ପୌରହିତରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ଵେଳେ ଅନ୍ୟତମ ଅତିଥି ଭାବେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଓ ବିଦ୍ୟାଳୟ ର ପରିଚାଳନା ସଭାପତି ଵିଭୁପ୍ରସାଦ ପଣ୍ଡା ଯୋଗଦେଇଥିଲେ। ଅତିଥି ବୃନ୍ଦ ପିଲାମାନଙ୍କୁ ଶିକ୍ଷା ର ତାତ୍ପର୍ଯ୍ୟ ଓ “ନୂଆ ଓଡ଼ିଶା ମୋ ଓ” , ଆମେ ଗଡିବୁ ନୂଆ ଓଡ଼ିଶା ବିଷୟ ବସ୍ତୁ ଉପରେ ଆଲୋକ ପାତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଆଜିର ଏହି ଶୁଭ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ତରଫରୁ ପ୍ରସ୍ତୁତ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସିଆରସିସି ଅଖୁଳ କୁମାର ପଣ୍ଡା ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.