ଆଂଚଳିକ କଳିଙ୍ଗ ହର୍ବାଲ ମେଳା ଉଦଯାପିତ….

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ କରୋନେଶନ ପଡ଼ିଆରେ ୫ ଦିନିଆ କଳିଙ୍ଗ ହର୍ବାଲ ମେଳା ଉଦଯାପିତ ହୋଇଯାଇଛି। ଆଜିର ଉଦଯାପନୀ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳ ଆଶିଷ୍ ଇଶ୍ଵର ପାଟିଲ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଓ ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ ଯୋଗ ଦେଇ ଏହି ମେଳାରେ ଯୋଗ ଦେଇଥିବା ସମସ୍ତ ବୈଦ୍ଯଙ୍କୁ ଏବଂ ସହଯୋଗ କରିଥିବା ସମସ୍ତ୍ ସହଯୋଗୀଙ୍କୁ ଧନ୍ଯବାଦ ଦେଇଥିଲେ l
ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲଙ୍କ ଅଧ୍ଯକ୍ଷତାରେ ଦିର୍ଘ ପାଞ୍ଚ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିଥି ମାନେ ଔଷଧୀୟ ବୃକ୍ଷର ଉପାଦେୟତା, ଜନମାନସରୁ ଅପସରୀ ଯାଉଥିବା ବିଭିନ୍ନ ଉପକାରୀ ଗଛକୁ ବଞ୍ଚାଇ କିପରି ନିଜେ ସୁରକ୍ଷିତ ରହିବା ତଥା ବୃକ୍ଷରୋପଣ ଉପରେ ଗୁରୁତ୍ଵ ଦେଇଥିଲେ। ଆୟୁର୍ବେଦ ଔଷଧ ସେବନ ଓ ଉପକାରିତା ଉପରେ ଉପସ୍ଥିତ ଲୋକଙ୍କୁ ଅବଗତ କରିଥିଲେ।ଏହି ମେଳାରେ ୫୦ ରୁ ଊର୍ଦ୍ଧ୍ଵ ଷ୍ଟଲରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବୈଦ୍ୟମାନେ ଆସି ନିଜ ନିଜର ଔଷଧ ପ୍ରସ୍ତୁତକାରୀ ଦ୍ରବ୍ୟ ଷ୍ଟଲରେ ରଖି ଲୋକଙ୍କ ଉପଚାର କରୁଥିବା ଦେଖିବାକୁ ମିଳିଥିଲା l ବନ ବିଭାଗ ପକ୍ଷରୁ ଟିମ ହ୍ୟୁମାନୀଟିକୁ ପୁରସ୍କୃତ କରାଯାଇଥିଲା l
ଶେଷରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର କୁଇ ଗୀତ ଏବଂ ସ୍ଵାଗତ ସଙ୍ଗୀତ ଲୋକଙ୍କୁ ଆକୃଷ୍ଟ କରିଥିଲା l ପରେ ପରେ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

ad-week
Leave A Reply

Your email address will not be published.