ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

add-all

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ସ୍ଥିତ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚବିଦ୍ୟାଳୟର 50ବର୍ଷ ପୃତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ସୋମବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅବସର ପ୍ରାପ୍ତ ଶିକ୍ଷକ ଅନାଦି ଚରଣ ଜେନା ଯୋଗ ଦେଇ ସଭାପତିତ୍ୱ କରି ଥିବା ବେଳେ ଶିକ୍ଷକ ସଚ୍ଚିଦାନନ୍ଦ ବିଶ୍ୱାଳ, ମହେଶ୍ୱର ରାଉତ, ବ୍ରହ୍ମାନନ୍ଦ ରାଉତ, ସଞ୍ଜୟ କୁମାର ମିଶ୍ର, ସୀତାକାନ୍ତ ରାଉଳ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଉକ୍ତ ବୈଠକରେ ଅବସର ପ୍ରାପ୍ତ ଶିକ୍ଷକ ଓ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସୁବର୍ଣ୍ଣ ଜୟନ୍ତୀ ପରିଚାଳନା କମିଟି ଗଠନ କରାଯାଇ ଥିବା ବେଳେ ଛାତ୍ର ଛାତ୍ରୀଙ୍କ ସହଯୋଗ କ୍ରମେ ଆସନ୍ତା ନଭେମ୍ବର ମାସରେ ସାଂସ୍କୃତିକ ଓ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ତିନିଦିନ ଧରି ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଲକ୍ଷରଖା ଯାଇଛି। ଶିକ୍ଷକ ରଞ୍ଜନ କୁମାର ରାଉଳ ,ପ୍ରିୟରଞ୍ଜନ ପ୍ରଧାନ, ଶିକ୍ଷୟତ୍ରୀ ନମିତା ବେହୁରା, ମଧୁସ୍ମିତା ପରିଡା ଓ ବିଦ୍ୟାଳୟର କର୍ମଚାରୀ ବିବେକାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରି ଥିବା ବେଳେ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପଣ୍ଡା, ଯୁବ ନେତୃତ୍ୱ ସରୋଜ କାନ୍ତ ରାଉତ, କାହ୍ନୁଚରଣ ଚଣ୍ଡ,ଚାନ୍ଦିବାଉଁଶମୂଳ କୃଷି ସମବାୟ ସମିତିର ସଭାପତି ଧୃବ ଚରଣ ମହାନ୍ତି, ପୁରାତନ ଛାତ୍ର ତଥା ଯୁବ କୃଷକ ନେତା ଓ ସାମ୍ବାଦିକ ଅଜୟ କୁମାର ପାତ୍ର, ଶିକ୍ଷକ ଓ ପୁରାତନ ଛାତ୍ର ଅପୃର୍ବମିଲନ ରାଉଳ,ବନୋଜ ବରାଳ, କୈଳାସ ସାହୁ, ପ୍ରଭାତ ରାଉତ, ଗଙ୍ଗାଧର ରାଉତ, ମହୋନ କୁମାର ଦାସ,ପ୍ରଭାତ କୁମାର ରାଉଳ,ସଚ୍ଚିଦା ନନ୍ଦ ସାହୁ,କୈଳାସ ଚନ୍ଦ୍ର ରାଉତ ଓ ବହୁ ପୁରାତନ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ପାଳନ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ ନିମନ୍ତେ ନିଜ ନିଜର ମତାମତ ପ୍ରଦାନ କରିଥିଲେ।

ad-week
Leave A Reply

Your email address will not be published.