
ଉମରକୋଟ (୧୫/୦୧/୨୦୨୪) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଛତିଶଗଡ ସୀମାନ୍ତ ଅନ୍ତର୍ଗତ କୁନ୍ଦେଇ ଥାନା ଅଧିନରେ ଥିବା କାଉଡୋଳା ପଞ୍ଚାୟତର ଧନରା ଗ୍ରାମ ନିକଟରେ ଥିବା ନଦୀପଡ଼ା ଠାରେ ସରକାରୀ ଜମି ମଧ୍ୟରେ ମକା ଗଛ ଓ ପନି ପରିବା ଚାଷ ଦୀର୍ଘ ଦିନରୁ ଚାଷ ହୋଇ ଆସୁଥିବା ଦେଖିବାକୁ ମିଳିଥିଲା l କିନ୍ତୁ କିଛି ବ୍ୟକ୍ତି ନିଜ ନିଜ ଅକ୍ତି୍ୟାରେ ଜଙ୍ଗଳ କାଟି ଚାଷ ଜମିରେ ପରିଣତ କରି ତା ମଧ୍ୟରେ ଗଞ୍ଜେଇ ଗଛ ଲଗାଇ ଥିବା କୌଣସି ସୂତ୍ରରୁ ଖବର ପାଇ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶ କ୍ରମେ ମାଜିଷ୍ଟ୍ରେଟ ଭାବେ ରାଇଘର ଅତିରିକ୍ତ ତହସିଲଦାର୍ ସିମାଞ୍ଚଳ ପାତ୍ର, ଉମରକୋଟ ଉପଖଣ୍ଡ ପୋଲିସ ଅଧିକାରୀ ମଧୁସିକ୍ତା ମିଶ୍ର,ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀ ,କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠି ଓ ଡିଭିଏଫ ଫୋର୍ସ ମିଳିତ ଭାବେ ଉକ୍ତ ସ୍ଥାନରେ ଚଢାଉ କରି ପ୍ରାୟ ୩ ଏକର ଅଧିକ ଜମିରେ ଲାଗିଥିବା ୩000 ରୁ ଉର୍ଧ ଗଛ ଉପାଡ଼ିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ନଷ୍ଟ କରିଥିଲେ l ଏଠାରେ କିଏ ଏତେ ପରିମାଣରେ ଗଞ୍ଜେଇ ଗଛ ଲଗାଇ ଥିଲା ତାହା ଜଣା ପଡ଼ିନଥିବା ବେଳେ କାହାରିକୁ ଗିରଫ କରାଯାଇ ନଥିବା ଜଣା ପଡିଛି l ନଷ୍ଟ ହୋଇ ଥିବା ଗଞ୍ଜେଇ ର ଆନୁମାନିକ ମୁଲ୍ୟ ୧୪ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି l ଛତିଶଗଡ଼ ସୀମା ପର୍ଯ୍ୟନ୍ତ ଲାଗିଥିବା ଏହିି ଅଞ୍ଚଳରେ ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ଗଞ୍ଜେଇ ଚାଷ କରା ଯାଇଥିବା ସମ୍ଭାବନା କୁ ଦୃଷ୍ଟି ରେ ରଖି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି |