ଧର୍ମସାହିରେ ନାନାଦି ସମସ୍ୟା ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ସ୍ଥାନୀୟ ବାସିନ୍ଦା…

add-all

ଦାରିଙ୍ଗବାଡ଼ି ୧୬/୧ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପଞ୍ଚାୟତ ମହକୁମା ସ୍ଥିତ ଧର୍ମସାହି ବାସିନ୍ଦା ମହିଳା ଓ ପୁରୁଷ ଆଜି ମିଳିତ ଭାବେ ଆଜି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓ ଗଦାଧର ପାତ୍ରଙ୍କୁ ଧର୍ମସହିର ଉତ୍କଟ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ସହିତ ସାହିରେ ଷ୍ଟ୍ରିଟ ଲାଇଟ ଜାଳିବା ଓ ଖାଲଖମା ରାସ୍ତାକୁ ପକ୍କା ରାସ୍ତା କରାଯିବା ନେଇଁ ଲିଖିତ ଅଭି ଯୋଗ କରିଥିବା ସୂଚନା ରହିଛି। ପ୍ରକାଶ ଥାଉକି ଏହି ସାହିରେ ଆଦିବାସୀ ଓ ଦଳିତ ବର୍ଗର ୬୦ ପରିବାରର ୩୦୦ରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି। ଏହି ୬୦ ପରିବାର ପାଇଁ ଗୋଟିଏ ନଳ କୂପ ରହିଛି। ହେଲେ ଏହି ନଳକୂପ ଅଚଳ ହୋଇ ପଡି ରହିଥିବାରୁ ବାଧ୍ୟ ହୋଇ ବିଲରେ ଥିବା ଚୁଆର ପାଣି ବ୍ୟବହାର କରୁଛନ୍ତି। ଯାହାରି ଫଳରେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଚୁଆ ପାଣି ଅସ୍ବାସ୍ଥ୍ୟ କର ପରିସ୍ଥିତି ସୃଷ୍ଟି ହେଉଥିବା ବିଡ଼ିଓଙ୍କୁ ଜଣାଇ ଛନ୍ତି। ସେହିପରି ଆଜ ଯାଏ ସାହିରେ ପଞ୍ଚାୟତ ପକ୍ଷରୁ ଷ୍ଟ୍ରିଟ ଲାଇଟ ଲଗା ଯାଇ ନଥିବାରୁ କାମ ଧାମ କରି ସନ୍ଧ୍ୟା ସମୟରେ ନିଜ ଘରୁକୁ ଫେରିବାରେ ଅନ୍ଧାର ଯୋଗୁଁ ବହୁ ସମସ୍ୟାରେ ପଡୁଥିବା ଜଣା ପଡ଼ିଛି। ସେହିଭଳି ସାହିରାସ୍ତା ଖାଲ ଖମାରେ ଭରପୁର ହୋଇଥିବାରୁ ସନ୍ଧ୍ୟା ସମୟରେ ବିଦ୍ୟୁତ ଆଲୋକ ସେବା ଯୋଗାଇ ଦିଆଯାଇ ନଥିବାରୁ ବହୁ ଅସୁବିଧାର ସମୁଖୀନ ହେଉଥିବାରୁ ପକ୍କା ରାସ୍ତା ନିର୍ମାଣ ପାଇଁ ମଧ୍ୟ ଦାବି କରିଥିବା ଜଣାପଡ଼ିଛି। ଏଥିରେ ଅବହେଳା କରାଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଅପଣେଇବୁ ବୋଲି ସାହିର ବିନୋଦିନି ବସ୍ତିରାୟ, ଏରିନା ନାୟକ, ପ୍ରଣତି ମନ୍ତ୍ରୀ, ଜଗଦୀଶ ବଳିୟାରସିଂ ରାଜକୁମାର ନାୟକ, ଅନ୍ତର ନାୟକ ପ୍ରମୁଖ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.