ମହିଳାଙ୍କ ଆତ୍ମହତ୍ୟା…

add-all

ହିଞ୍ଜିଳିକାଟୁ ୧୬/୧ : ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଗ୍ରାମ ଦେଉଳ ସାହିର ଜଣେ ମହିଳା ବେକରେ ଲୁଗା ଲଗାଇ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ହେଲେ ଶତ୍ରୁ ପ୍ରଧାନ ଙ୍କ ସ୍ତ୍ରୀ ପୁର୍ଣ୍ଣବାସି ପ୍ରଧାନ (୩୪)। ମୃତ ପୁର୍ଣ୍ଣବାସି ଙ୍କ ସ୍ବାମୀ ଭୁବନେଶ୍ଵର ରେ ରହୁଥିବା ଵେଳେ ପୁର୍ଣ୍ଣବାସି ଦୁଇ ପୁଅ ଙ୍କ ସହ ରହୁଥିଲେ।ମଙ୍ଗଳବାର ୧୦ଘଣ୍ଟ ପରେ ଦୁଇ ପୁଅ ସ୍କୁଲ ଯିବା ପରେ ନିଜ ଘରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି।ଦୁଇ ପୁଅ ଘରକୁ ଆସିବା ପରେ ମାଁ ଝୁଲନ୍ତା ଦେଖି ସାହି ବାସିନ୍ଦା ଙ୍କୁ ଜଣାଇଥିଲେ ‌। ଗ୍ରାମବାସୀ ହିଞ୍ଜିଳି ପୋଲିସ କୁ ଖଵର ଦେଇଥିଲେ।ସନ୍ଧ୍ୟା ସମୟରେ ହିଞ୍ଜିଳି ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି। ଏଥିନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ୪!୨୪ ରେ ମାମଲା ରୁଜୁ ହୋଇଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନାହିଁ।

ad-week
Leave A Reply

Your email address will not be published.