ପୋଡଙ୍ଗି ମା ଶ୍ୟାମଳାଇ ସାୟ ଶାଖା ତରଫରୁ ମକର ଉତ୍ସବ ପାଳିତ

add-all

ପୋଡଙ୍ଗି : ସୋମବାର ପୋଡଙ୍ଗି ମା ଶ୍ୟାମଳାଇ ସାୟ ଶାଖା ତରଫରୁ ମକର ଉତ୍ସବ ପଲ୍ଲୀ ବିକାଶ ପଡ଼ିଆରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ମଣ୍ଡଳ ଘୋଷ ପ୍ରମୁଖ ବ୍ରାହ୍ମଣଛାଇ ଜି ରାମ ପ୍ରସାଦ ଆଚାରୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମକର ଉତ୍ସବ ପାଳନ ର ଆବଶ୍ୟକତା ଓ ଯଥାର୍ଥତା ଉପରେ ଆଲୋକପାତ କରିଥିଲେ। ସମାଜସେବୀ ତାରିଣୀ ଗଉଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଜନାର୍ଦ୍ଦନ ଭାଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶୁଭମ ଭାଇ ବ୍ୟକ୍ତିଗତ ଗୀତ ଓ ଚିନ୍ମୟ ଭାଇ ଅମୃତ ବଚନ ଗାନ କରିଥିଲେ। ପରେ ସମସ୍ତ ସ୍ଵୟଂ ସେବକ ଗ୍ରାମ ପରିକ୍ରମା କରି ଗ୍ରାମର ପ୍ରତି ଘରକୁ ମକର ଚାଉଳ ବଣ୍ଟନ କରିଥିଲେ। ମୁଖ୍ୟ ଶିକ୍ଷକ ଚିନ୍ମୟ ଭାଇ, ସୂର୍ଯ୍ୟ ଭାଇ, ସ୍ଵୟଂ ସେବକ ବଉରଉପଡଆ ମଣ୍ଡଳ କାର୍ଯ୍ୟବାହ କାହ୍ନୁ ଭାଇ, ଜିଲ୍ଲା ସେବା ପ୍ରମୁଖ ହରିବନ୍ଧୁ ଭାଇ, ଦୀପକ ଭାଇ, ବିନୋଦ ଭାଇ, କଂଗ୍ରେସ ଭାଇ, ବିନୋଦ ଭାଇ, ଯାଜ୍ଞସେନ ଭାଇ ପ୍ରମୁଖ କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.