ପବିତ୍ର ଶୁଭ ମକର ସଂକ୍ରାନ୍ତିର ବନ୍ଧୁ ମିଳନ…

add-all

ଉମରକୋଟ : ଆଜି ରାଇଘର କୋଦଭାଟା ସାହିର ବଙ୍ଗୀୟ ସମାଜର ବିଶିଷ୍ଟ ଭଦ୍ରବ୍ୟକ୍ତି ମାନେ ନିଜ ନିଜ ପରିବାର ଧରି ମନୋରମ ପରିବେଶ ପାହାଡ଼ ପର୍ବତବେଷ୍ଟିତ ଦଣ୍ଡିୟମାନ ଛତିଶଗଡ ଦୁଧବା ଡ୍ୟାମରେ ଯାଇ ମହାଧୁମଧାମରେ ଶୁଭ ମକର ସଂକ୍ରାନ୍ତିର ପର୍ବ ପାଳନ କରିଛନ୍ତି l ରାଇଘରର ଜଣାଶୁଣା ଉଦ୍ୟୋଗପତି ଦଶରଥ ସାହା, ଅଞ୍ଜନ କାନ୍ତି ଵାଲା, ନିତାଇ ମଣ୍ଡଳ ବୋରବେଳ, ଆଡ଼ଭୋକେଟ ତାପନ ଗାଇନ ଓ ରାକେଶ ସରକାର ଏହି ଶୁଭ ସଂକ୍ରାନ୍ତିର ସୁବ୍ୟବସ୍ଥା କରି ସୁରୁଖୁରୁରେ ଆଜିର ଏହି ସଂକ୍ରାନ୍ତି ପର୍ବର ଦାୟିତ୍ୱ ତୁଲେଇ ଥିଲେ l ମକର ସଂକ୍ରାନ୍ତିରେ ସମସ୍ତେ ଦୋଷ ତ୍ରୁଟି ଭୁଲି ଭଲ ମନରେ ଜଣେ ଅନ୍ୟ ଜଣଙ୍କ ଗଳେ ମିଳି ଯେପରି ଭାଇ ଚାରା ବର୍ଷ ସାରା ବଜାୟ ରହେ ତାହା ପ୍ରାର୍ଥନା କରି, ବିଭିନ୍ନ ପ୍ରକାରର ମିଠା ଖୁୟାଇ ଗୋଟିଏ ଜାଗାରେ ବସି ଦୁଃଖ ସୁଖର ଆଲୋଚନା କରନ୍ତି l ଆଜିର ଏହି ଆଲୋଚନା ଚକ୍ରରେ ରାଇଘରର 3ନମ୍ବର ଜୋନର ଜ଼ିଲ୍ଲା ପରିଷଦ ଶ୍ରୀମତି ଲିପିକା ବାଡ଼ଇ ଯୋଗଦାନ କରିଥିଲେ l ଅନ୍ତିମରେ ଜଣେ ଅନ୍ୟ ଜଣଙ୍କୁ କାନ୍ଧରେ କାନ୍ଧ ଦେଇ ଯେପରି ସମସ୍ତେ ଭଲ ଭାବରେ ପୁଣି ସଂକ୍ରାନ୍ତିର ବନ୍ଧୁ ମିଳନ କରି ପାରିବା ତାହାର ପ୍ରାର୍ଥନା କରି ଭୋଜି ଭାତ ଖାଇ ଘରେ ଫେରିଥିଲେ l

ad-week
Leave A Reply

Your email address will not be published.