ଦାରିଙ୍ଗବାଡ଼ି ଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସିଧାପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ଦାରିଙ୍ଗବାଡ଼ି,୧୭/୧, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ମିନି ଷ୍ଟାଡିୟମ ଠାରେ ଏଲଇଡି ମାଧ୍ୟମରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସିଧାପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବା ସହ ହୋମ ଯଜ୍ଞ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ଭକ୍ତଙ୍କ ଆଗମନ ଦେଖିବାକୁ ମିଳିଛି। ବ୍ଲକରେ ଥିବା ୨୫ଟି ଗ୍ରାମ ପଞ୍ଚାୟତରେ ଏହିଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀ ସାସ୍କୃତିକ କାର୍ଯ୍ୟକ୍ରମ କରି ଦର୍ଶକଙ୍କୁ ମନରଞ୍ଜ କରିଥିଲେ।ଏଥିରେ ଜନସାଧାରଣଙ୍କ ସହିତ ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର ଓ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.