ପରିକ୍ରମା ପ୍ରକଳ୍ପ ନେଇ ନାଟକ ପାତାଳୀ ଶ୍ରୀକ୍ଷେତ୍ର ମଞ୍ଚସ୍ଥ…

add-all

ମାଲକାନଗିରି : ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ନେଇ ଜିଲ୍ଲା ସଂସ୍କୃତି ଭବନ ଠାରେ ନାଟକ ପାତାଳୀ ଶ୍ରୀକ୍ଷେତ୍ର ମଞ୍ଚସ୍ଥ ହୋଇଛି। ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଗୋଲ୍ଡେନ ମିଗ୍ କଳା ପରିଷଦର ସହଯୋଗରେ ଏହି ନାଟକ ପରିବେଷଣ କରାଯାଇଥିଲା । ଏହି ନାଟକକୁ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ବେଦବର ପ୍ରଧାନ ଉଦଘାଟନ କରିଥିଲେ । ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ସମସ୍ତଙ୍କର ପ୍ରୟାସ ଆବଶ୍ୟକ ଯଦ୍ୱାରା ଆମ ସଂସ୍କୃତି ବିଶ୍ଵ ଦରବାରରେ ବଜାୟ ରହିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଛନ୍ତି।ସୁବର୍ଣ୍ଣପୁର ଜିଲ୍ଲାରେ କିଭଳି ଶ୍ରୀ ଜଗନ୍ନାଥଙ୍କୁ ପାତାଳୀ କରାଯାଇଥିଲା ଏବଂ ଯାଜପୁର ନରେଶ ଯଯାତି କେଶରୀଙ୍କ ଦ୍ଵାରା ମହାପ୍ରଭୁଙ୍କ ଦାରୁ ବିଗ୍ରହଙ୍କୁ ଶ୍ରୀ ମନ୍ଦିରରେ ପୁନଃ ପ୍ରତିଷ୍ଠା କରାଯାଇଥିଲା, ସେହି କାହାଣୀକୁ ନେଇ ନାଟକ ମଞ୍ଚସ୍ଥ ହୋଇଥିଲା। ସଂସ୍କୃତି ଭବନରେ ଏକ ଆଧ୍ୟାତ୍ମିକ ଓ ଭାବ ବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ, ଜିଲ୍ଲା ନିୟୋଜନ ଅଧିକାରୀ, ମନସ୍ୱୀ ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ନିର୍ମଳ ଧରୁଆ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ସସ୍ମିତା ସ୍ୱାଇଁ, ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା, ଜିଲ୍ଲା ଯୁବ ଅଧିକାରୀ, ହରିଶ ରୁପଲ୍ ଓ ବିଭିନ୍ନ ସଂଗଠନର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ବିନାଶ ମିଶ୍ର ସହଯୋଗ କରିଥିବା ବେଳେ ସେକ୍ସନ ଅଧିକାରୀ ଶ୍ୟାମ ସୁନ୍ଦର ନାୟକ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.