ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ଉତ୍ସବ ଅବସରରେ ନାଟକ ମଞ୍ଚସ୍ଥ…

add-all


ବ୍ରହ୍ମପୁର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ଗଞ୍ଜମର ମିଳିତ ଆନୁକୁଲ୍ୟରେ ଓଡିଶା ସଙ୍ଗୀତ ଏକାଡେମୀ ଦ୍ଵାରା ଅୟୋଜିତ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ଉତ୍ସବ ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଆଧାର କରି ଓଡିଶା ସାଂସ୍କୃତିକ ସଂସଦ, ବ୍ରହ୍ମପୁର ଦ୍ଵାରା ପ୍ରସ୍ତୁତ ନାଟକ “ଦେବନର୍ତ୍ତକୀ ” ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ପ୍ରଦର୍ଶିତ ହୋଇଥିଲା l ଏହି ନାଟକଟି କୁ ନାଟ୍ୟଶ୍ରୀ ରଘୁନାଥ ମିଶ୍ର ରଚନା କରିଥିବାବେଳେ ନାଟ୍ଯ ପ୍ରଦୀପ ମଦନ ମିଶ୍ର ନିର୍ଦ୍ଦେଶନା ଦେଇଥିଲେ l ସଙ୍ଗୀତରେ ମୁନ୍ନା ମିଶ୍ର, ମଞ୍ଚ ସାଜସଜ୍ଜା ସତ୍ୟ ମହାରଣା ଓ ରୂପ ସଜ୍ଜା ଲରେ ଶ୍ରୀ ଜଗନ୍ନାଥ ଚିତ୍ରlଳୟ ସହଯୋଗ କରିଥିଲେ l ପ୍ରାରମ୍ଭିକ ସଭା ରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ,ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ, କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଇ. ବିବେକ ରେଡି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗଞ୍ଜାମ ରବିନାରାୟଣ ବେହେରା ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ରାଧାକୃଷ୍ଣ ରାମ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ସଭାରେ ଓଡିଶା ସାଂସ୍କୃତିକ ସଂସଦ ସମ୍ପାଦକ ଇଂ. ମନୋଜ ଦଣ୍ଡପାଟ ସ୍ୱାଗତ୍ ଭାଷଣ ଦେବା ସହ ଓଡିଶା ସାଂସ୍କୃତିକ ସଂସଦ ସଭାପତି ଭବାନୀ ଶଙ୍କର ମିଶ୍ର ସଭାପତିତ୍ଵ କରିଥିଲେ l ଶେଷରେ ବ୍ରହ୍ମପୁର କଳାକାର ଏକତା ମଞ୍ଚ ର ଉପସଭାପତି ରାଜଗୋପାଳ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଓ ଏସ୍ ଏସ୍ ର ଉପସଭାପତି ଟି. ଆପ୍ପl ରାଓ, କୋଷାଧ୍ଯକ୍ଷ ଦୂର୍ଗା ପ୍ରସାଦ ଆଚାର୍ଯ୍ୟ ଏବଂ ସଂସଦ ର ସମସ୍ତ ସଭ୍ୟ ଓ ସଭ୍ୟା ସହୋଯାଗ କରିଥଲେ l ଅଭିନୟରେ ଗିରିଜା ଶଙ୍କର ଦାସ, ଡ ମିହିର ତ୍ରିପାଠୀ, ବିନାୟକ ହୋତା, କୃଷ୍ଣ ଚନ୍ଦ୍ର ପଣ୍ଡା, ପ୍ରଭାକାନ୍ତ ପାଣିଗ୍ରାହୀ, ଶାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ, ସୁବାସ ମହାରଣା, ଦାୟିନୀ ଶିବ ଶଙ୍କର ଟୁନା ବେହେରା, ରବିନ୍ଦ୍ର କୁମାର ନାୟକ, ସସ୍ମିତା ରାଣୀ ରାଉତ ଓ ସୋନାଲି ଷଡଙ୍ଗୀ ଥିଲେ ।

ad-week
Leave A Reply

Your email address will not be published.