ମୋହନା ହିଲ୍ ଟପ୍ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଉଦଘାଟନ…

ଆର,ଊଦୟଗିରି : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲ୍ ଟପ୍ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତିରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଦ୍ବାରା ଆଡମ୍ବର ସହ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଶିବିରକୁ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସିମାଞ୍ଚଳ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ବିଶିଷ୍ଟ ସାହିତିକ ଦ୍ବୟ ହେଲେ ଡ.ଶଶାଙ୍କ ଚନ୍ଦ୍ରଚୁଡ ଏବଂ ଡ. ଲକ୍ଷ୍ମୀ କାନ୍ତ ଦାସ ମୁଖ୍ୟବକ୍ତା ଓ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ସମ୍ମିଳନୀକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ କଲେଜର ପୂର୍ବତନ ସମ୍ପାଦକ ଦଣ୍ଡାସି ସାହୁ ଓ ମଧୁସୁଦନ ପାଢୀ ଓ ମାସଲ

ନାୟକଏବଂ ଏହି ସମ୍ମିଳନୀରେ ଅଞ୍ଚଳର ବହୁ ବିଶିଷ୍ଟ ଅତିଥି ମାନେ ଯୋଗ ଦେଇଥିଲେ । ଛାତ୍ର ଛାତ୍ରୀ ଏବଂ ଉପସ୍ଥିତ ଅତିଥି ମାନଙ୍କୁ ଓଡ଼ିଆ ଭାଷା ଜ୍ଞାନ ସହ ଓଡ଼ିଆ ଭାଷାର ବହୁଳ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଦ୍ୟମ କରି ପୂର୍ବଜ ମାନଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଆଜି ଓଡ଼ିଆ ଭାଷାର ବହୁଳ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଅବତାରଣା କରିଥିଲେ ବିଶିଷ୍ଟ ଅତିଥି ମାନେ। ଏହା ସହ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକ, ଅଧ୍ୟାପିକା ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.