ପ୍ରଭାତୀତାରା ବାଳିକା ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

add-all

ଦାରିଙ୍ଗବାଡି, ୧୯/୧ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ପ୍ରଭାତୀତାରା ବାଳିକା ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ହୋଇ ଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ରାଜକୁମାରୀ ସୁଆଲସିଂଙ୍କ ଅଧ୍ୟକ୍ଷତାରେ ସରପଞ୍ଚ ସଂଯୁକ୍ତା ମଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସ୍ୱାଗତ ସମ୍ବର୍ଦ୍ଧନା ଶିକ୍ଷୟତ୍ରୀ ପ୍ରେମଲତା ବଳିୟାରସିଂ କରିଥିବା ବେଳେ ଶିକ୍ଷୟତ୍ରୀ ସରିତା ଦାସ କାର୍ଯ୍ୟ କ୍ରମର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।ଛାତ୍ରୀ ମାନଙ୍କ ଦ୍ୱାରା କରାଯାଇଥିବା ଷ୍ଟଲ ସବୁ ଉଚ୍ଚ କୁଟୀରର ହୋଇଥିବା ଅଭିଭାବକ ସମୁହ କହିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଣ ଶିକ୍ଷକ କର୍ମଚାରୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ad-week
Leave A Reply

Your email address will not be published.