ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ଦାବିପତ୍ର ପ୍ରଦାନ…

add-all


ଫୁଲବାଣୀ :ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ, କନ୍ଧମାଳ ଜିଲ୍ଲା ଶାଖାର ସମସ୍ତ ଅଧିକାରୀ ମାନେ ମିଳିତ ଭାବେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ 12 ଗୋଟି ତହସିଲ ପକ୍ଷରୁ ତହସିଲଦାରମାନଙ୍କୁ ତଥା ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟ ସଂଘ ଦେଇଥିବା ବିଭିନ୍ନ ପ୍ରକାର ଦାବିର ଯଥାଶୀଘ୍ର ସଫଳ ପ୍ରତିଫଳନ ନିମନ୍ତେ ଦାବିପତ୍ର ଦେବା ସହ ସରକାରଙ୍କୁ ଜଣାଇ ଦେଇଛନ୍ତି ଯେ ଆସନ୍ତା 7 ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆସନ୍ତା 25.01.2024 ଠାରୁ କଳା ବ୍ୟାଚ ପରିଧାନ ସହ ପରିଧାନର 10ଦିନ ପରେ ରାଜ୍ୟ ସଂଘ ସହ କଲମ ଛାଡ଼ ଆନ୍ଦୋଳନକୁ ଓଲ୍ହେଇବାକୁ କଡ଼ା ନିଷ୍ପତ୍ତି ନିଆଯିବ ବୋଲି ସଂଘ ନିଷ୍ପତ୍ତି ନେଇଛି ।ଏହାର ପରବର୍ତ୍ତୀ କାର୍ଯ୍ୟ ପନ୍ଥା ଅନୁସାରେ କଲମ ଛାଡ଼ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ଅସହଯୋଗ ଆନ୍ଦୋଳନ ରେ ରୂପାୟନ କରାଯାଇ
ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆନ୍ଦୋଳନକୁ ଜାରି ରଖିବା ପାଇଁ ରାଜ୍ୟ ସଂଘ ମଧ୍ଯ ଦୃଢ଼ ପଦକ୍ଷେପ ନେଇଛନ୍ତି ।ଜିଲ୍ଲା ସଂଘର ସଭାପତି ସୁନୀଲ କୁମାର ଦିଗାଲ, ସମ୍ପାଦକ ଦେବାଶିଷ ପ୍ରଧାନ ତଥା ଦକ୍ଷିଣାଞ୍ଚଳ ସମ୍ପାଦକ ସତ୍ୟ ନାରାୟଣ ମେହେରଙ୍କ ନେତୃତ୍ୱରେ ଜିଲ୍ଲା ସଂଘକୁ ରାଜ୍ୟ ସଂଘ ସହ ଜଡ଼ିତ ରଖି ସମସ୍ତ ଦାବି ପୂରଣରେ ଆନ୍ଦୋଳନକୁ ତ୍ଵରାନିତ କରିବାକୁ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ।

ad-week
Leave A Reply

Your email address will not be published.