କଳାକାରମାନଙ୍କ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ…

add-all

ଓଡ଼ଗାଁ : ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ଆନୁକୁଲ୍ୟରେ ବ୍ଲକ୍ କଳା ଓ ସଂସ୍କୃତି ସଙ୍ଘ ଓଡ଼ଗାଁର ପଞ୍ଜୀକୃତ ହୋଇଥିବା କଳାକାର ମାନଙ୍କର ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଲକ ସଦଭାବନାଗୃହରେ ଆୟୋଜିତ ହୋଇଅଛି । ବ୍ଲକ ସାମାଜିକ ଅଧିକାରୀ ରାଜସ୍ଵିନୀ ପ୍ରଧାନଙ୍କ ଅଧ୍ୟକ୍ଷତା ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ କବିତା କୁମାରୀ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ। ପାଲା ଗାୟକ ମନୋଜ ମିଶ୍ର,ସୁବାସ କୁମାର ନାୟକ ପ୍ରମୁଖ ଯୋଗଦେଇ ବିଭିନ୍ନ କଳାକାର ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ର ଦ୍ଵିତୀୟ ଦିବସ ପ୍ରଶିକ୍ଷଣ ଆସନ୍ତା ୨୨ତାରିଖ ରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ର ରୁ ଜଣାପଡିଛି ।

ad-week
Leave A Reply

Your email address will not be published.