ମଧୁମେହ ଓ ରକ୍ତଚାପ ରୋଗ ସମ୍ପର୍କିତ ସଚେତନତା ଏବଂ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

add-all

ଆର,ଉଦୟଗିରି : ବୁରୁସିଂ ଏବଂ ଏଙ୍ଗାରସିଂ ଗ୍ରାମରେ ମଧୁମେହ ଓ ରକ୍ତଚାପ ରୋଗ ସମ୍ପର୍କିତ ସଚେତନତା ଏବଂ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ। ହୋଇଯାଇଛି | ଦେଶାଇ ଫାଉଣ୍ଡେସନ ସହାୟତା ରେ ସିସିଡି ଅନୁଷ୍ଠାନ ପକ୍ଷ’ରୁ ରାୟଗଡ଼ ବ୍ଲକ’ର , ପୁତ୍ତାର ପଞ୍ଚାୟତ’ର ବୁରୁସିଂ ଓ ଏଙ୍ଗାରସିଂ ପଞ୍ଚାୟତ’ର ଏଙ୍ଗାରସିଂ ଗ୍ରାମରେ ଗ୍ରାମବାସୀ ମାନଙ୍କ ନିମନ୍ତେ ଦୁଇ ଦିନିଆ ମଧୁମେହ ଓ ରକ୍ତଚାପ ରୋଗ ବିଷୟରେ ସଚେତନତା କରାଯିବା ସହ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମ’ରେ ପୁତ୍ତାର ପଞ୍ଚାୟତ ର ସରପଞ୍ଚ , ଓ ଏଙ୍ଗାରସିଂ ପଞ୍ଚାୟତ ର ସମିତି ସଭ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସ୍ୱାସ୍ଥ୍ୟ ପରୀକ୍ଷା’ର ବିଭିନ୍ନ ଉପକାରିତା ବିଷୟରେ କହି ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ସଚେତନ କରାଇଥିଲେ ।
ମୁଖ୍ୟତଃ ଗ୍ରାମାଞ୍ଚଳ’ରେ ଲୋକମାନେ ମଧୁମେହ ରୋଗ କଣ ଏବଂ ଏହା କାହିଁକି ହୁଏ ଓ ଏହାର ନିରାକରଣ ବିଷୟରେ ସେମାନଙ୍କ’ର କୌଣସି ଧାରଣା ନ ଥାଏ । ଏହି ରୋଗ ଉପରେ ସମସ୍ତେ ସଚେତନ ହେବା ସହ ଏହି ରୋଗ’ର ପ୍ରତିକାର ପାଇଁ ଡାକ୍ତର’ଙ୍କ ପରାମର୍ଶ କ୍ରମେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ରୋଗ ଠାରୁ ଦୁରେଇ ରହିବା ପାଇଁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ କହିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷକ ତଥା ଡିଏମ:ଏଲଟି:- ବିଏସସି: ଶିବାଜୀ ଏହି କାର୍ଯ୍ୟକ୍ରମ’ରେ , ଯୋଗ ଦେଇ ମଧୁମେହ ଓ ରକ୍ତଚାପ ରୋଗ ହେବାର କାରଣ , ଲକ୍ଷଣ ଓ ନିରାକାରଣ ବିଷୟରେ ଲୋକ’ଙ୍କୁ କହି ସଚେତନ କରାଇଥିଲେ ।
ଏହି କାର୍ଯ୍ୟକ୍ରମ’ରେ ୩୦୦ ରୁ ଅଧିକ ଲୋକ ଯୋଗ ଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଥିଲେ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ ମାଗଣା ଔଷଧ ଦିଆ ଯାଇଥିଲା ।
ଏହି କାଯ୍ୟକ୍ରମ କୁ ଦେଶାଇ ଫାଉଣ୍ଡେସନ’ର ଜଗନ୍ନାଥ ଗମାଙ୍ଗ ଏବଂ କରୁଣାକର ଗମାଙ୍ଗ:- ସିଏଫଏଚ: ପ୍ରମୁଖ ଉପସ୍ଥିତ ରହି କାଯ୍ୟକ୍ରମ କୁ ପରିଚାଳନା କରିଥିଲେ ଏବଂ ଦେଶାଇ ଫାଉଣ୍ଡେସନ କର୍ମକର୍ତ୍ତା’ଙ୍କ ସମେତ ଅଙ୍ଗନବାଡି ଓ ଆଶା କର୍ମୀ ମାନେ ସହଯୋଗ କରିଥିଲେ। ଏହି ସ୍ୱାସ୍ଥ୍ୟ ମେଳା କାର୍ଯ୍ୟକ୍ରମ ଦ୍ଵାରା ଗ୍ରାମବାସୀ ବିଶେଷ ଉପକୃତ ହୋଇ ପାରୁଥିବା ଯୋଗୁଁ ଗ୍ରାମବାସୀ ମାନେ ସିସିଡି ଅନୁଷ୍ଠାନ’କୁ ସାଧୁବାଦ ଜଣାଇବା ସହ ଦେଶାଇ ଫାଉଣ୍ଡେସନ ପକ୍ଷ’ରୁ ଏହିପରି କାର୍ଯ୍ୟକ୍ରମ ଆଗକୁ ଏଭଳି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅଧିକ କରିବା ପାଇଁ ନିବେଦନ ଜଣାଇ ଥିଲେ l

ad-week
Leave A Reply

Your email address will not be published.