ନିର୍ମାଣଧିନ ଘରୁ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

add-all

ବାଲିଗୁଡା : ବାଲିଗୁଡା ଥାନା ପଣସପଡି ସାହିରେ ଏକ ନିର୍ମାଣଧିନ ଘରୁ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ବ୍ୟକ୍ତିଙ୍କର ବେକ ଏବଂ ମୁହଁରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ମୃତକ ପଣସପଡି ସାହିର ବୁଡୁ ଓରଫ ସୁଶାନ୍ତ ପୂଜାରୀ ବୋଲି ଜଣାପଡିଛି। ନିଜ ଶଳା ରାମସିଂ ପାତ୍ରଙ୍କ ନିର୍ମାଣଧୀନ ଘରେ ସୁଶାନ୍ତ ଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ସୁଶାନ୍ତ ରାଜମିସ୍ତ୍ରୀ କାମ କରୁଥିବା ଜଣାପଡିଛି। ସେ ନିଜ ଶଳା ରାମସିଂଙ୍କ ଘର ନିର୍ମାଣ କାମ କରୁଥିଲେ। ରବିବାର ସକାଳେ ଘର ନିର୍ମାଣ କାର୍ଯ୍ୟରେ ନିୟୋଜିତ କିଛି ଶ୍ରମିକ କାମ କରିବା ପାଇଁ ସେହି ଘର ନିକଟକୁ ଆସିବା ପରେ ସୁଶାନ୍ତ ପୂଜାରୀଙ୍କ କ୍ଷତାକ୍ତ ମୃତଦେହ ଦେଖିଥିଲେ। ପରେ ତୁରନ୍ତ ବାଲିଗୁଡା ପୁଲିସକୁ ଖବର ଦେଇଥିଲେ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଓ ସଦଳ ବଳ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

ad-week
Leave A Reply

Your email address will not be published.