ହିଞ୍ଜିଳିକାଟୁ, ତା ୨୨/୧(): ପୂର୍ବ ଶତ୍ରୁତା ଓ ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇର କାଠ ଫାଳିଆ ମାଡରେ ବଡଭାଇ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ରବିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ପିତଳ ଗ୍ରାମରେ ଘଟିଛି। ମିଳିଥିବା ସୂଚନା ପ୍ରକାରେ, ରବିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ପିତଳ ଗ୍ରାମରେ ପାରିବାରିକ କଳହ ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଟିଏ ପରିବାରର ୨ ଭାଇ ମଧ୍ୟରେ ଦୀର୍ଘ ଦିନ ଧରି ଶତୃତା ଲାଗି ରହିଥିଲା। ରବିବାର ସନ୍ଧ୍ୟାରେ ପିତଳ ବଜାର ସାହି ଛକରେ ବଡ ଭାଇ ରବିନ୍ଦ୍ର ସେଠି ବସିଥିବା ବେଳେ ସାନଭାଇ କୈଳାସ ସେଠି ସେଠାକୁ ଆସି ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ପରେ କୈଳାସ ଏକ କାଠ ଫାଳିଆରେ ବଡଭାଇ ରବିନ୍ଦ୍ରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଆକ୍ରମଣରେ ବଡଭାଇ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଘଟଣା ନେଇ ରବିନ୍ଦ୍ର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ – ୬୨/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ସୋମବାର ପୁଲିସ ପିତଳ ଗ୍ରାମରେ ପହଞ୍ଚି ଆକ୍ରମଣକାରୀ କୈଳାସଙ୍କୁ ଗିରଫ କରି ଶେରଗଡ଼ କୋର୍ଟକୁ ଚାଲାଣ କରିଥିବା ଥାନା ସୂତ୍ରରୁ ପ୍ରକାଶ ।
