ଅଯୋଧ୍ୟାରେ ନିର୍ମିତ ହୋଇଥିବା ରାମମନ୍ଦିରର ପ୍ରାଣପ୍ରତିଷ୍ଠା ପାଇଁ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ଉତ୍ସବ ମୁଖର…

add-all

ଦାରିଙ୍ଗବାଡ଼ି, ୨୨/୧, ଅଯୋଧ୍ୟାରେ ନିର୍ମିତ ହୋଇଥିବା ରାମମନ୍ଦିରର ପ୍ରାଣପ୍ରତିଷ୍ଠା ପାଇଁ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ଉତ୍ସବମୁଖର ଥୂବା ଦେଖିବାକୁ ମିଳୁଛି। ଏହି ଅବସରରେ ପ୍ରଭୁ ଶ୍ରୀ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା କୁ ନେଇ ଦାରିଙ୍ଗବାଡ଼ି ଉତ୍ସବ ମୁଖର ହୋଇଛି। ଏହାକୁ ନେଇ ଆଜି ଦାରିଙ୍ଗବାଡ଼ି ଠାରେ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା । ଦାରିଙ୍ଗବାଡିର ଶିବ ମନ୍ଦିରରୁ ଅଗଣିତ ଭକ୍ତ ହାତରେ ପ୍ରଭୁ ଶ୍ରୀ ରାମ ଙ୍କ ଓ ମହାବୀର ହନୁମାନଙ୍କ ଧ୍ୱଜ ସହ ଡିଜେ ଲଗେଇ ଜୟ ଶ୍ରୀ ରାମ ଧ୍ୱନି ଦେଇ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ । ଏହା ସହିତ ସନ୍ଧ୍ୟା ସମୟରେ ପ୍ରତ୍ୟେକ ଘରେ ଘରେ ଦୀପ ଜାଳି ବାଣ ଫୁଟାଇ ପ୍ରଭୁ ଶ୍ରୀ ରାମଲାଲାଙ୍କୁ ଭକ୍ତି ଅର୍ପଣ କରିଥିଲେ। ଶୋଭାଯାତ୍ରାରେ ଦାରିଙ୍ଗବାଡିର ପୋଲିସ ପ୍ରଶାସନ ପକ୍ଷରୁ ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ କଡ଼ା ସୁରକ୍ଷା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।

ad-week
Leave A Reply

Your email address will not be published.