କଳଙ୍କବିହୀନ ଅଂଶୁମାନଙ୍କ ଚରିତ୍ର ସମ୍ପର୍କରେ ସୋସିଆଲ ମିଡିଆରେ ମିଛ ଟିପ୍ପଣୀ ଦେଵାରୁ ବିଧାୟକଙ୍କ କୁଶପୁତ୍ତଳିକା ଦାହ

add-all

ରାଜନଗର : ଆସନ୍ତା ନିର୍ଵାଚନ ଯେତେ ପାଖେଇ ଆସୁଛି ସ୍ବର୍ଗତ ନଳିନୀ ମହାନ୍ତିଙ୍କର ଲୋକ ସମ୍ପର୍କ ଉନ୍ନୟନ କାର୍ଯ୍ୟ ତଥା ଅଭୁଲା ସ୍ମୃତି ପାଇଁ ତାଙ୍କର ପୁତ୍ର ପ୍ରାକ୍ତନ ଵିଧାୟକ ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତିଙ୍କ ପ୍ରତି ଲୋକମାନଙ୍କର ସ୍ନେହ ଶ୍ରଦ୍ଧା ସମର୍ଥନ ଵଢୁଥିବା ବେଳେ ଉପର ନେତାଙ୍କ ଆଶୀର୍ବାଦ ଅତୁଟ ରହୁଛି। ଯାହାକି ସ୍ଥାନୀୟ ଵିଧାୟକ ଶ୍ରୀଯୁକ୍ତଧୃବ ସାହୁଙ୍କ ଅପକର୍ମ ପ୍ରତି ଲୋକମାନଙ୍କର ଆସ୍ଥା ତୁଟୁଥିବା ବେଳେ ଦଳର ମୁଖିଆ ମାନଙ୍କର କୋପଦୃଷ୍ଟି ଶ୍ରୀ ସାହୁଙ୍କୁ ମହଙ୍ଗା ପଡିଛି। ଫଳରେ ଔଷଧ ଵିନା ତାଟିଆ କାମୁଡିବା ନ୍ୟାୟରେ “ଗୋଧଡି ଲୋ ତୋ ଗୋଡକୁ ଅନା “ଏହି ମର୍ମକୁ ନ ବୁଝି ନିଜ ଚରିତ୍ର ଯେମିତି ଦାଣ୍ଡରେ ପଡି ହାଟରେ ଗଡୁଥିବା ପତ୍ରପତ୍ରିକାରେ ପ୍ରକାଶିତ ହେଉଛି ଵିଧାୟକ ଶ୍ରୀ ସାହୁ ତାହା ଭୁଲି ଯାଉଛନ୍ତି । ଅଞ୍ଚଳ ବାସୀଙ୍କ ଆଦରଣୀୟ ନିସ୍କଳଙ୍କ ପୁଅ ଅଂଶୁମାନର ପିଲାରୁ ବିଧାୟକ ହୋଇ ଆଜି ପର୍ଯ୍ୟନ୍ତ ,ଏବେକାର ବିଧାୟକ ଶ୍ରୀଯୁକ୍ତ ସାହୁଙ୍କ ପରି କଳଙ୍କର ଛିଟା ବାଜି ନଥିବା ରାଜନଗର ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ

ଭଲଭାଵରେ ଜଣା । ଏଭଳି ସୁପୁତ୍ର ତଥା ଲୋକମାନଙ୍କର ଆଦରଣୀୟ ଅଂଶୁମାନ ଭଳି ସ୍ବଛ ନିର୍ମଳ ଭାବମୂର୍ତ୍ତି ଥିବା ନେତାଙ୍କ ନାମରେ ମିଥ୍ୟା ବ୍ୟକ୍ତିଗତ ଚରିତ୍ର ସଂହାର କରି ଟିପ୍ପଣୀ ଦେଇ ଶ୍ରୀ ମହାନ୍ତିଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବା ପ୍ରୟାସ ଚରିତାର୍ଥ ହେଵ ନାହିଁ ଵୋଲି ବ୍ଲକ କଂଗ୍ରେସ ଦୃଢ ସହକାରେ ପ୍ରତିବାଦ କରିଛି ।ଵିଧାୟକ ଶ୍ରୀଯୁକ୍ତ ସାହୁଙ୍କ ଠିକାଦାର ଗୋଷ୍ଠୀ ଅନୁଗତ୍ୟଙ୍କ ଦ୍ଵାରା ଅଂଶୁମାନଙ୍କ ଚରିତ୍ର ଉପରେ ଟିପଣୀ ଦେଇ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିବା ନେଇ ଏପରି ମିଥ୍ୟା କଳଙ୍କିତ ଘଟଣାକୁ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳାମାନେ। ଏହି ପରିପ୍ରେକ୍ଷୀରେ ଆଜି ରାଜନଗର ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନତୀ ବେହେରାଙ୍କ ନେତୃତ୍ୱରେ ଶତାଧିକ ମହିଳା ଗୋପାଳପୁରୁ ସ୍ଥିତ କଂଗ୍ରେସ ପାର୍ଟି ଅଫିସ ନିକଟରୁ ବିଧାୟକ ଧୃବ ସାହୁଙ୍କ କୁଶପୁତ୍ତଳିକା ଧରି ବିରାଟ ପଟୁଆରରେ ,ଧୃବ ସାହୁଙ୍କ ବିଭାଗିୟ କାର୍ଯ୍ୟରେ ପିସିନେବା, ବିଧବା ଠାରୁ ସଧବା ନାରୀ ସମ୍ପର୍କ ସୁନ୍ଦରୀ ଝିଅ ପର୍ଯ୍ୟନ୍ତ, ଏପରିକି ନିଜର ଅନୁଗତ୍ୟଙ୍କ ଵୋହୁ ପ୍ରତି ଖରାପ ସଂପର୍କ ରଖିଥିବା, ଜଙ୍ଗଲ ଜମି ହୋଟେଲରେ ଭାଗିଦାରୀ, ସର୍ବପରି ଟେଣ୍ଡରଫିକ୍ସ ଏପରି ଅନେକ ଦୁର୍ନୀତିରେ ଲିପ୍ତ ଥିବାନେଇ ମହିଳାମାନେ ନାରାଵାଜି ଦେଇ ତ୍ରୀନାଥ ବଜାର ଛକରେ ବିଧାୟକ ଶ୍ରୀଯୁକ୍ତ ଧୃଵ ସାହୁଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏନେଇ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଦେବେନ୍ଦ୍ର କୁମାର ଜେନା ସାମ୍ବାଦିକ ସମ୍ମିଳନୀରେ ଅଂଶୁମାନଙ୍କ ଚରିତ୍ର ସମ୍ପର୍କରେ ସୋସିଆଲ ମିଡିଆରେ ମିଛ ଟିପଣୀ ଦେଵା ପଛରେ ବିଧାୟକ ଧୃବ ଙ୍କର ହାତଥାଇ ହତାଶର ଶଙ୍କେତ ପାଇ ଏପରି ହୀନ ଚକ୍ରାନ୍ତକୁ ବ୍ଲକ କଂଗ୍ରେସ ନିନ୍ଦାକରିଛି। ଅଂଶୁମାନ ଭଳି ଗିନି ସୁନାକୁ ନିଜର ସ୍ବାର୍ଥ ପାଇଁ ଵେଙ୍ଗି ପିତ୍ତଳ କହିବା ବିଧାୟକ ଶ୍ରୀ ସାହୁଙ୍କର ଅପାରଗତା ପ୍ରକାଶ ପାଇ ହାସ୍ୟାସ୍ପଦରେ ପରିଣତ ହୋଇଛି । ଏନେଇ ସୋସିଆଲ ମିଡିଆରେ ପ୍ରକାଶ କରିଥିବା ବ୍ୟକ୍ତିଙ୍କ ନାମରେ ପଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା କରାଯାଇଛି ।

ad-week
Leave A Reply

Your email address will not be published.