ପରିବାର ସମ୍ପର୍କ ଅଭିଯାନ ଘରେଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ…

add-all

ଫୁଲବାଣୀ : ବିଜୁ ଜନତା ଦଳ ପକ୍ଷରୁ ପରିବାର ସମ୍ପର୍କ ଅଭିଯାନ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପୌର ପରିଷଦର ବଜାର ପେଟ୍ରୋଲ ପମ୍ପ ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ପୁଷ୍ପ ମାଲ୍ୟାର୍ପଣ ପରେ ଏଫ ସି ଆଇ ସ୍ଥିତ ସୁବାଷ୍ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି
ୱାର୍ଡ ନମ୍ବର ୯ର ଘରେ ଘରେ ସଙ୍ଖ ଚିହ୍ନ ମରା ଏହି କାର୍ଯ୍ୟକ୍ରମର ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିହନ ନିଗମ ଅଧ୍ୟକ୍ଷ ବିଜୟ କୁମାର ନାୟକ ଶୁଭାରମ୍ଭ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ କିଶୋର ଛୋଟ ରାୟ, ଫୁଲବାଣୀ ବିଧାୟକ୍ ଅଙ୍ଗଦ କହଁର, ରାଜ୍ୟ ସାଧାରଣ ସମ୍ପାଦକ ସରୋଜ କର୍ଣ୍ଣ, ପୌର ପରିଷଦ ଉପାଧ୍ୟକ୍ଷା ପାୟଲ ବେହେରା,ନଗର ସଭାପତି ବିମଳ ପାଢୀ, ମହିଳା ସଭାନେତ୍ରୀ ଅନିମା କହଁର, ଯୁବ ସଭାପତି ବିଷ୍ନୁ ଚରଣ ମଲ୍ଲିକ, ନଗର ଯୁବ ସଭାପତି ରାକେଶ ମିଶ୍ର, ଛାତ୍ର ସଭାପତି ସୁନୀଲ ସେଠୀ, ଯୁବ ଉପ ସଭାପତି ପାର୍ଥ ସାରଥି ବିଶ୍ଵାଳ, ରମାକାନ୍ତ ବେହେରା,ବିକ୍ରମ ବେହେରା, ରାଜ୍ଯ ମହିଳା ସାଧାରଣ ସମ୍ପାଦକ ପୁନମ କହଁର, ନଗର ସାଧାରଣ ସମ୍ପାଦକ ସୂରଜନ ନାୟକ, କନ୍ଧମାଳ ଯୋଜନା ବୋର୍ଡ ଜିଲ୍ଲା ସହରାଞ୍ଚଳ ସଦସ୍ୟ ରାଜେନ୍ଦ୍ର କୁମାର ପାଢ଼ୀଙ୍କ ସମେତ ଦଳୀୟ କର୍ମୀ ଓ ସାହି ବାସିନ୍ଦ ଯୋଗ ଦେଇଥିଲେ । ରାଜ୍ୟ ସରକାର ଜନ କଲ୍ୟାଣ ଯୋଜନା ବିଷୟରେ ବାର୍ତ୍ତା ପ୍ରଦାନ କରି ଘର ମାନଙ୍କରେ ଶଙ୍ଖ ଷ୍ଟିକର ଲଗାଇଥିଲେ ।

ad-week
Leave A Reply

Your email address will not be published.