ମୋ ଓଡିଶା ସାହିତ୍ୟ ପ୍ରତିଯୋଗିତାର ଉଦଯାପନୀ ଓ ପାଠଚକ୍ର

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ମୋ ଓଡିଶା ସାହିତ୍ୟ ପ୍ରତଯୋଗିତା ଓ ଜଗନ୍ନାଥ ସଂସ୍କୃତି ର ଉଦଯାପନୀ ଉତ୍ସବ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି, ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଧରାକୋଟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଡ଼ ବିମଳ ପ୍ରସାଦ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ପିତଳର ଚନ୍ଦ୍ରିକା ପତ୍ରିକାର ସମ୍ପାଦକ ଇଞ୍ଜିନିଏର ବିଚିତ୍ରା ନନ୍ଦ ମୁନୀ,ସମ୍ମାନିତ ଅତିଥି ଭାବେ ପୂର୍ବତନ ଶିକ୍ଷକ ଦୀନକୃଷ୍ଣ ମହାପାତ୍ର, ବରିଷ୍ଠ କିରାଣୀ ତଥା କବି ମନୋଜ କୁମାର ଭୋଇ ଯୋଗଦେଇ ଓଡ଼ିଆ ସାହିତ୍ୟର ସମୃଦ୍ଧି ବିକାଶ ଓ ଉତ୍କଳୀୟ ସଂସ୍କୃତିରେ ଜଗନ୍ନାଥ ଶୀର୍ଷକକୁ ନେଇ ଆଲୋଚନା କରିଥିଲେ, ପ୍ରଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ର, ଛାତ୍ରୀ ଙ୍କୁ ମାନପତ୍ର, ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରାଯାଇ ଥିଲା l ସ୍ନାତକର ନୋଡାଲ ଅଫିସର ଅଧ୍ୟାପିକା ନିବେଦିତା ଭୋଇ ଅତିଥି ପରିଚୟ ଦେଇଥିବାବେଳେ ଯୁକ୍ତ ଦୁଇ ର ନୋଡାଲ ଅଫିସର ଅଧ୍ୟାପିକା ଚମ୍ପା ସୋରେନ ଧନ୍ୟବାଦ ଅର୍ପଣକରିଥିଲେ l କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.