ଖେଳହେଲା କାଳ: ବାଲି ଚାଲାଣ ଦ୍ଵାରା ସୃଷ୍ଟି ଗାତରେ ପଡ଼ି ନାବାଳକର ମୃତ୍ୟୁ

add-all

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ ଅନ୍ତର୍ଗତ ଗୌଡ଼ପୁଟ ଗୋଲାସାହିରେ ବାଲି ଗାତରେ ପଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଛି ଏବଂ ଦୁଇଜଣ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।ମୃତ ନାବାଳକ ଜଣକ ଗୌଡ଼ପୁଟ ଗୋଲାସାହିର ଲଡୁ ପାତ୍ରଙ୍କ ପୁଅ ସାଇରାମ ପାତ୍ର। ସୂଚନା ଅନୁଯାୟୀ ସାଇରାମ ଓ ତାର ଦୁଇଜଣ ସାଙ୍ଗ ନିକଟରେ ଥିବା ଦୁଆଣ୍ଟ ନଦୀ ରେ ଖେଳୁଥିବା ବେଳେ ବେଆଇନ ଭାବରେ ବାଲି ଚୋରା ଚାଲାଣ ଯୋଗୁଁ ସୃଷ୍ଟି ହୋଇଥିବା ଗାତରେ ସାଇରାମ ପଡ଼ି ଶ୍ୱାସରୁଦ୍ଧ ହେବା ସହ ଅଚେତ ହୋଇଥିଲେ । ଖବର ପାଇ ଗ୍ରାମବାସୀ ମାନେ ଅଚେତ ସାଇରାମକୁ ଉଦ୍ଧାର କରି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ନେବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ad-week
Leave A Reply

Your email address will not be published.