ଆସିକାରେ ବନ୍ୟା ବିଭୀଷିକା ଭିତରେ ବେଧଡ଼କ ବାଲି ଚୋରାଚାଲାଣ: ବଡ଼ ନଦୀ କୂଳରୁ ମାଫିଆ ଲୁଟୁଛନ୍ତି ବାଲି, ଆଗକୁ ଆଉ ଏକ ଲଘୁଚାପ ଭୟ

kalipuja

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳ ଦେଇ ପ୍ରବାହିତ ଋଷିକୂଲ୍ୟା ଓ ବଡ଼ ନଦୀରୁ ବାଲି ମାଫିଆମାନେ ବେଧଡ଼କ ଭାବେ ନଦୀବନ୍ଧ କାଟି ବେଆଇନ ବାଲି ଚାଲାଣ କରୁଥିଲେ। ତାର କୁପରିଣାମ ସ୍ୱରୂପ ନଦୀବନ୍ଧର ହିଡ଼ କଟିଯାଇ ଆସିକା ସହର ସମ୍ପୂର୍ଣ୍ଣ ରୂପେ ଜଳମଗ୍ନ ହୋଇ ଲୋକେ ଜଳବନ୍ଦୀ ଅବସ୍ଥାରେ ଉବୁଟୁବୁ ହେଲେ। ଏଭଳି ସଙ୍ଗିନ ସ୍ଥିତି ସତ୍ତ୍ୱେ ଗତ ଦୁଇ ଦିନ ହେଲା ବାଲି ମାଫିଆମାନେ ପୁଣି ସକ୍ରିୟ ହୋଇଉଠିଛନ୍ତି ଏବଂ ବିଜୁ ପଟ୍ଟନାୟକ ଛକ ନିକଟସ୍ଥ ବଡ଼ ନଦୀରୁ ବେପରୁଆ ଭାବେ ବାଲି ଉତ୍ତୋଳନ କରି ଚାଲାଣ କରୁଛନ୍ତି। ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ମାଫିଆମାନେ ଦିନଦ୍ୱିପ୍ରହରରେ ବିନା କୌଣସି ଭୟରେ ଏଭଳି ବେଆଇନ କାର୍ଯ୍ୟ ଚଳାଇ ରଖିଛନ୍ତି। ଏପରି ବିପଦପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଆସନ୍ତା ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଅଞ୍ଚଳରେ ପୁନର୍ବାର ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଆତଙ୍କ ଓ ଅସନ୍ତୋଷ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.