ଦାରିଙ୍ଗବାଡ଼ି ସରକାରୀ ଉଚ୍ଚବିଦ୍ୟାଳୟରେ ରାଷ୍ଟ୍ରୀୟ କନ୍ୟା ଶିଶୁ ଦିବସ ପାଳନ

add-all

ଦାରିଙ୍ଗବାଡ଼ି,୨୫/୧ : ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ କନ୍ୟା ଶିଶୁ ଦିବସ ସିଡିପିଓ ଅଞ୍ଜଳି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ, ମୁଖ୍ୟ ବକ୍ତା ଭାବେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଝୁନୁରାଣୀ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଆଇସିଡିଏସ ପାର୍ଥମାହା ସୁପରଭାଇସର ଭାବନ୍ତି ପ୍ରଧାନ, ଦନେକବାଡ଼ି ସୁପରଭାଇସର ଜୟନ୍ତୀ ଦିଗାଲ,ଦାସିଙ୍ଗବାଡ଼ି ସୁପରଭାଇସର ସ୍ୱର୍ଣ୍ଣକାନ୍ତି ପ୍ରଧାନ ଯୋଗଦେଇଥିଲେ । ଏଥିରେ ଅଙ୍ଗନବାଡ଼ି କର୍ମୀ ଲିଲିପୁଷ୍ପିକା ଏକା ସହିତ ଅନ୍ୟ ଅଙ୍ଗନବାଡ଼ି କର୍ମୀ, ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଉପସ୍ଥିତ ଥିଲେ । ଏହାର ସଂଯୋଜନା ଓ ଅତିଥି ପରିଚୟ ବିଦ୍ୟାଳୟର ଶିକ୍ଷକ ନରେନ୍ଦ୍ର ବେହେରା କରିଥିଲେ ।ଅତିଥି ମାନେ କନ୍ୟା ଶିଶୁଙ୍କ ସୁରକ୍ଷା, ଶିକ୍ଷା ଓ ବିଭିନ୍ନ କ୍ଷେତ୍ରରେ କିଭଳି ଉନ୍ନତି କରିବେ ସେହି ସମ୍ପର୍କରେ ଆଲୋଚନା କରି ସଚେତନ କରିବା ସହ କନ୍ୟା ଶିଶୁଟିଏ ପରିବାରର ସମ୍ମାନ, ପିତାମାତାଙ୍କ ଗର୍ବ,ଶକ୍ତିଶାଳୀ ଦେଶର ମୂଳଦୁଆ ଏବଂ ପରିଚୟ ବୋଲି କହିଥିଲେ।ଏହା ସହ ଆଜିର ଯୁଗରେ ଝିଅମାନେ ଆମ ଦେଶର ନିର୍ମାଣକାରୀ ହେବା ସହ ଏକ ସଶକ୍ତ ରାଷ୍ଟ୍ର ଗଠନରେ ମହତ୍ତ୍ବପୂର୍ଣ ଭୂମିକା ଗ୍ରହଣ କରିଛନ୍ତି କହି ଉତ୍ସାହିତ କରିଥିଲେ ।

ad-week
Leave A Reply

Your email address will not be published.