ମୁଗକଣି ଗ୍ରାମରେ ମହିମା ଅଲେଖଙ୍କ ଯଜ୍ଞରେ ଯୋଗଦେଲେ ପ୍ରାକ୍ତନ ଵିଧାୟକ…

add-all

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ହାତୀନା ପଞ୍ଚାୟତ ମୁଗ କଣି ଗ୍ରାମରରେ ମହିମା ଅଲେଖ ମହୋତ୍ସବ ତିନିଦିନ ଧରି ଚାଲୁଥିବା ବେଳେ ଆଜି ପ୍ରାତଃ କାଳରେ ପୂର୍ଣ୍ଣାହୁତି କରାଯାଇଛି। ବ୍ରହ୍ମାବଧୂତ ନଟବର ବାବାଙ୍କ ପୌରହିତ୍ୟରେ ଏହି ସତ୍ ସଙ୍ଗ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମାବଧୂତ ଅଭୟ ବାବା, ସୁଵ୍ରତ ବାବା, ଦୁଷ୍ମନ୍ତ ବାବା, ସାଧୁ ଦୁର୍ଲଭ ଦାସ, ଅନ୍ତର୍ଯ୍ୟାମୀ ଦାସ, କଳ୍ପତରୁ ଦାସ, ରତ୍ନାକର ଦାସ, ଅଭୟ ଦାସ ପ୍ରମୁଖ ଯୋଗଦେଇ ଧର୍ମାଲୋଚନା ସହିତ ଅଖଣ୍ଡ ଵତୀ ଜଳାଇ ହୋମ ଯଜ୍ଞ କରି ଭଜନ କୀର୍ତ୍ତନ କରିଥିଲେ। ଗତକାଲି ଅନ୍ତିମ ଦିବସରେ ପ୍ରାକ୍ତନ ଵିଧାୟକ ଅଂଶୁମାନ ମହାନ୍ତି ମହିମା ମହୋତ୍ସବରେ ଯୋଗଦେଇ ବାବାମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିବାସହ ଅଲେଖ ମହିମାଙ୍କ ଯଜ୍ଞ କୁଣ୍ଡରୁ ଆଶୀଷ ଲୋଡିଥିଲେ। ଅଂଶୁମାନ ଵିଧାୟକ ଥିବାବେଳେ ଏହି ମଠ ମନ୍ଦିର ପାଇଁ ଯୋଗାଇଥିବା ଅର୍ଥ କୁ ଗ୍ରାମଲୋକମାନେ ମନେପକାଇ ଦେଇଥିଲେ। ଏହି ମହିମା ମହୋତ୍ସବକୁ ଗାଁର ମୁରଵୀ ତଥା ବ୍ଲକ କଂଗ୍ରେସ ସଭାପତି ଦେଵେନ୍ଦ୍ର କୁମାର ଜେନା ,ନରହରି ଜେନା ସମେତ ଗ୍ରାମବାସୀମାନେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.