
ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାରେ ଜାତୀୟ ମତ ଦାତା ଦିବସ ପାଳନ କରାଯାଇଛି । ଏହି ଅବସରରେ ଏକ ମତଦାତା ସଚେତନତା ରାଲି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସଂସ୍କୃତି ଭବନ ପର୍ଯ୍ୟନ୍ତ ଯାତ୍ରା କରିଥିଲା । ଉକ୍ତ ସଚେତନତା ରାଲିରେ ସଦର ମହକୁମାର ଆଠ ଗୋଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜିଲ୍ଲା ପ୍ରଶାସନର ବରିଷ୍ଠ ପଦାଧିକାରୀଙ୍କ ସମେତ ଶ୍ରୀ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ଶ୍ରୀ ତ୍ରିନାଥ ମାଝି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ୱାକାଥନ ରେ ଯୋଗ ଦେଇଥିଲେ । ସଭା ଯାତ୍ରା ଆରମ୍ଭରେ ଶ୍ରୀ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପତାକା ଦେଖାଇ ସଭା ଯାତ୍ରାଟିକୁ ଆରମ୍ଭ କରିଥିଲେ । ସଂସ୍କୃତି ଭବନରେ ପହଞ୍ଚିବା ପରେ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା, ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ପ୍ରଧାନ ଜାତୀୟ ମତଦାତା ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଆଗାମି ଦିନରେ ସମସ୍ତ ଭୋଟ ଦାତା ଭୋଟ ଦାନ କରି ନିଜର ଅଧିକାର ସାବ୍ୟସ୍ତ କରିବା ସହିତ ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ । ଶ୍ରୀ ବିଶାଲ ସିଂ, ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ମାଲକାନଗିରି ସଭାରେ ଉପସ୍ଥିତ ରହି ୩ ଜଣ ବୁଥ୍ ସ୍ତରିୟ ଅଧିକାରୀ, ସର୍ବଶ୍ରେଷ୍ଠ ପାଠାଗାର କ୍ଲବ
, ସର୍ବଶ୍ରେଷ୍ଠ କ୍ୟାମ୍ପସ ଆମ୍ବାସଡ଼ାର ୧୪ ତମ ଜାତୀୟ ମତଦାତା ଉପଲକ୍ଷେ ଆୟଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ, ଏଥି ସହିତ ନୂତନ ଯୁବ ଭୋଟର ମାନଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହାକାରୀ ଜିଲ୍ଲାପାଳ (ନିର୍ବାଚନ) ଶ୍ରୀ ଅଶୋକ ଚକ୍ରବର୍ତ୍ତୀ, ଉପଜିଲ୍ଲାପଳଙ୍କ କାର୍ଯ୍ୟାଳୟର ସହାକାରୀ ଜିଲ୍ଲାପାଳ (ନିର୍ବାଚନ) ଶ୍ରୀ ଅଜୟ କୁମାର ମାଣ୍ଡାଙ୍ଗି କାର୍ଯ୍ୟାକ୍ରମକୁ ତଦାରଖ କରିବା ସହିତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ସହ ସଂପୃକ୍ତ ସମସ୍ତ କର୍ମଚାରୀ କାର୍ଯ୍ୟାକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ ।