ମାଲକାନଗିରିରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

add-all

ମାଲକାନଗିରି : ଆଜି ମାଲକାନଗିରି ସଦର ମହକୁମା ଡ଼ି ଏନ କେ ଠାରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥିବା ବେଳେ ଆଜି ପଡିଆ ମଧ୍ୟରେ ବିଭିନ୍ନ ସ୍କୁଲର କୁନି କୁନି ଛାତ୍ର ଛାତ୍ରୀ କଲେଜ୍‌ ଛାତ୍ର ଛାତ୍ରୀ ତଥା ପୋଲିସ ବିଭାଗ ଆଦି ସ୍ବତନ୍ତ୍ର ପ୍ୟାରେତ ଓ ନୃତ୍ୟ ମାଧ୍ୟମରେ ଜାତୀୟ ପତାକା ସମ୍ମୁଖରେ ନିଜ ନିଜର କଳାକୁ ପ୍ରଦର୍ଶନ କରିଥିଲେ । ଏଥିସହ ବିଭିନ୍ନ ବିଭାଗରେ କୃତିତ୍ବ ଲାଭ କରିଥୁବ ବିଭିନ୍ନ ସ୍କୁଲ, କଲେଜ ଛାତ୍ର ଛାତ୍ରୀଙ୍କୁ ଓ ବିଭାଗୀୟ ଅଧିକାରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଆଜିର ଏହି ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ୍ ପି ଶ୍ରୀ ନୀତିନ ୱାଦନୀ ତଥା ଏ. ଡି. ଏମ ଶ୍ରୀ ବେଦବର ପ୍ରଧାନ, ମାଲକାନଗିରି ନବିଧାୟକ ଶ୍ରୀ ଆଦିତ୍ୟ ମାଢୀ, ଜିଲ୍ଲା ପରିଷଦ ଶ୍ରୀମତୀ ସମାରି ତାଙ୍ଗୁଲୁ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ରହିଥିଲେ । ସମ୍ବିଧାନ ପ୍ରଣେତା ବାବା ସାହେବ ଡକ୍ଟର ଭୀମ ରାଓ ଆମ୍ବେଦକର ଆଜିର ଏହି ଦିନ ୧୯୫୦ ମସିହାରେ ଆମ ସମ୍ବିଧାନ ପ୍ରଣୟନ କରିଥିବା ବେଳେ ଏଥିରେ ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦେଶର ସମସ୍ତ ଲୋକଙ୍କୁ ସମାନ ଅଧିକାର ରହିଛି । ଆଜିର ଏହି ଦିନକୁ ଭାରତର ବିଭିନ୍ନ ସହର, ପୁରପଲ୍ଲୀରେ ଉଲ୍ଲ।ସରେ ପାଳନ କରାଯାଇଥାଏ ।

ad-week
Leave A Reply

Your email address will not be published.