ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସାଧାରଣତନ୍ତ୍ରଦିବସ…

add-all

ଚିକିଟୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ପରିଚାଳନା ସମିତିର ଉପସଭାପତି ସନ୍ତୋଷ କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ମାନସକସ୍ତୁରୀ ଗଣେଶ ପ୍ରସାଦ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରି ଭବିଷ୍ୟ ନାଗରିକ ମାନଙ୍କୁ ସ୍ଵାଧୀନତା ପାଇଁ ଉତ୍ସର୍ଗ କରିଥିବା ମହାପୁରୁଷଙ୍କ ବଳିଦାନ କଥା ସ୍ମରଣ କରାଇଥିଲେ। ମା’ ସରସ୍ଵତୀ ଙ୍କ ବୀଣା, ପୁସ୍ତକ ର ମହତ୍ତ୍ୱ ବିଷୟରେ କହିଥିଲେ।ଏହି ଭବ୍ୟ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ପ୍ରଧାନାଚାର୍ଯ୍ୟ ନିରଞ୍ଜନ ବିଷୋୟୀ କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟ ଏସ୍. ସତ୍ୟନାରାୟଣ ଅତିଥି ପରିଚୟ ରଖିଥିଲେ। ପରିଶେଷରେ ଭାରତମାତାଙ୍କ ଓ ଭୀମରାଓ ଆମ୍ବେଦକର ବେଶ ଧାରଣ କରିଥିବା ଶିଶୁଙ୍କ ସହ ଘୋଷବାଦ୍ୟ ର ତାଳେ ତାଳେ, ସ୍କାଉଟ ଗାଇଡ୍ ସହ ବିଦ୍ୟାଳୟର ଭାଇଭଉଣୀ ମାନଙ୍କ ସୁନ୍ଦର ସଞ୍ଚଳନ ନଗର ବାସୀଙ୍କ ମନମୋହିତ କରିଥିଲା। ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟର ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇଥିଲା।

ad-week
Leave A Reply

Your email address will not be published.