ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯକ୍ରମ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯକ୍ରମ ଅନୁଷ୍ଠିତ ହେଇଥିଲା l ଏଥିରେ ଡ଼ଃ. ଅମିତ କୁମାର ବେହେରା, ଡ଼ଃ. ପ୍ରତ୍ୟୁଷ କୁମାର ସେନାପତି, ଡ଼ଃ. ବାସନ୍ତୀ ମଞ୍ଜରୀ ପାତ୍ର, ବିପିଏମ ଡ଼ଃ. ମହେନ୍ଦ୍ର ପ୍ରଧାନ, ଶ୍ରୀମତୀ ଅନିତା ନାୟକ, ଅମୀର ସାହାଣୀ ଙ୍କ ସମେତ ବନବାସୀ ସେବା ସମିତିର କର୍ମକର୍ତ୍ତା, ସ୍ୱାସ୍ଥ୍ୟକେନ୍ଦ୍ର ର କର୍ମଚାରୀ ଓ ଏସଏଚଜି ଗ୍ରୁପର ମହିଳା ମାନଙ୍କ ଉପସ୍ଥିତରେ ‘ ସୁସ୍ଥ ପରିବେଶ ସଭିଙ୍କର ଦାୟିତ୍ବ’, ‘ ସୁସ୍ଥ ପରିବେଶ ସୁସ୍ଥ ସମାଜ ଗଠନ କରିବା’ ଭଳି ବିଭିନ୍ନ ସ୍ଲୋଗାନ ମାନ ଦେଇ ଏକ ଶୋଭାଯାତ୍ରା ସମଗ୍ର ସହର ପରିକ୍ରମା କରିବା ସହ ସଫେଇ କାର୍ଯକ୍ରମ କରାଯାଇଥିଲା ।ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଏହିଭଳି ଜନହିତକର କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା ମିଳିଥିଲା l

ad-week
Leave A Reply

Your email address will not be published.