ନିସର୍ତ୍ତର ପ୍ରଭାବ : ବରଗାଁ ବଡ଼ନଦୀ ବନ୍ଧ ପୁଣି ନିର୍ମାଣ – ତିନି ଗାଡ଼ି ଜବତ ଜରିମାନା ଆଦାୟ

add-all

ବ୍ରହ୍ମପୁର : ସାଧାରଣ ଲୋକଙ୍କ ଜୀବନ ସହ ଖେଳ କରି ବରଗାଁ ନିକଟରେ ଥିବା ନଦୀବନ୍ଧ କୁ କାଟି ସେଠାରୁ ବେଆଇନ ଭାବେ ବାଲି ଚାଲାଣ କରାଯାଉଥିଲା। ଏନେଇ ନିସର୍ତ୍ତ ରେ ଖବର ପ୍ରକାଶ କରାଯାଇଥିଲା। ଏହି ବେଆଇନ ବାଲି ଘାଟ ଉପରେ ରାଜସ୍ୱ ବିଭାଗ ପକ୍ଷରୁ ଚଢ଼ାଉ କରି ତିନୋଟି ଗାଡ଼ିରୁ ଜରିମାନା ଆଦାୟ କରି ଛାଡ଼ିଦେଇଥିବା ଜଣାପଡିଛି। ଉକ୍ତ ନଦୀବନ୍ଧ କୁ ପୁନର୍ବାର ନିର୍ମାଣ କରାଯାଇଛି। ନଦୀ ବନ୍ଧ କୁ କିଏ ଭାଙ୍ଗିଲା ତାହା ରାଜସ୍ୱ ବିଭାଗ ତଦନ୍ତ କରୁଛି। ଗଞ୍ଜାମ ଜିଲ୍ଲାରେ ଏହି ଭଳି ବେଆଇନ ବାଲି ଘାଟ ମାଳ ମାଳ ଥିବା ବେଳେ ରାଜସ୍ୱ ବିଭାଗ ସବୁଜାଣି ନ ଜାଣିବା ଅଭିନୟ କରିବା ପଛରେ କି ରହସ୍ୟ ରହିଛି। ଅଧିକାଂଶ ବେଆଇନ ବାଲିଘାଟ ରେ ବାବୁ ମାନଙ୍କ ସହଯୋଗ ଓ ଆଶୀର୍ବାଦ ଥିବା ଯୋଗୁଁ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି, ବୋଲି ଚର୍ଚ୍ଚା ହେଉଛି।

ଆଜିର ଏହି ଘଟଣା ସମ୍ପର୍କ ରେ ନିସର୍ତ୍ତ ର ସମ୍ପାଦକ ଆସିକା ଅତିରିକ୍ତ ତହସିଲଦାର ଙ୍କୁ ପଚାରିବାରୁ ସେ କହିଥିଲେ ମୋର କୋଡିଏ ବର୍ଷ ଚାକିରୀ ଜୀବନ ରେ ଏହି ଭଳି ନଦୀବନ୍ଧ କୁ ଭାଙ୍ଗି ବାଲି ଚାଲାଣ କରିବାର ପ୍ରଥମ ଘଟଣା। ମୋ ପାଖକୁ ଯେ କୌଣସି ମୁହୂର୍ତ୍ତ ରେ ଚୋରା ବାଲି ଚାଲାଣ ସମ୍ପର୍କ ରେ ଖବର ଆସିଲେ ମୁଁ ଧରପଗଡ଼ କରିବି। ଆଜି ଯେତେ ରାତି ହେଲେବି ମୁଁ ଏହି ବନ୍ଧକୁ ମରାମତି କରିବା ପରେ ଯିବି। ଏହି ଭଳି ଅଫିସର ମାନଙ୍କୁ ଯଦି ଗଞ୍ଜାମ ଜିଲ୍ଲାକୁ ଅଣା ଯାଏ ତାହା ହେଲେ ଜିଲ୍ଲା ସୁଧିରିଯିବ ବୋଲି ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.