ଏମ.କେ.ସି.ଜି ସ୍ଵତନ୍ତ୍ର ବିଦ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ

ଆର,ଉଦୟଗିରି : ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ,ମାନସିକ ଅନଗ୍ରସର ଓ ମତିଷ୍କ ପକ୍ଷାଘାତ ସ୍ଵତନ୍ତ୍ର ବିଦ୍ୟାଳୟ ରେ ୭୫ତମ ସାଧାରଣତନ୍ତ୍ର ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଉକ୍ତ ପବିତ୍ର ଉଚ୍ଛବ ରେ ଗଞ୍ଜାମ ର ରମ୍ଭା ଅଞ୍ଚଳର ବାସିନ୍ଦା ଯଥା-ରାୟଗଡା ଜିଲ୍ଲାର ଜିଲ୍ଲାପାଳ ଙ୍କ ଅବସରପ୍ରାପ୍ତ ଅଧସ୍ତନ କର୍ମଚାରି ଶ୍ରୀ ଅଶୋକ କୁମାର ବେହେରା ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଦଣ୍ଡାସୀ ସାହୁ ପତାକା ଉତ୍ତଳନ କରିଥିଲେ ।

ମୁଖ୍ୟବକ୍ତା ଭାବରେ ପୂର୍ବତନ ଶିକ୍ଷକ ଶ୍ରୀ ମର୍ଶଲ ନାୟକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରି ମାନଙ୍କୁ ୭୫ତମ ସାଧାରଣତନ୍ତ୍ର ଦିବସ ବିଷୟରେ ଉଦବୋଧନ ଦେଇଥିଲେ । ସଂମ୍ମାନିତ ଅତିଥି ଭାବରେ ଶିକ୍ଷ୍ୟାବିତ ଶ୍ରୀ ମଧୁସୂଦନ ପାଢୀ ,ପ୍ରଶାନ୍ତ ବୀର ,ଆଇନିଜୀବୀ ସିମାଞ୍ଚଳ କାର୍ଜୀ , ସୁଭଦ୍ରା ବୀର ,ଉମା ସାହୁ ,ପରିଚାଳନା କମିଟି ଓ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ମୁକ୍ଷ୍ୟଅତିଥି ଶ୍ରୀ ବେହେରା ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଓ ମିଷ୍ଠନ ବଣ୍ଟନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କର ଦେଶାତ୍ମକ ସଙ୍ଗୀତ ଓ ନାଚରେ ବିମୋହିତ ହୋଇ କମ୍ପାନୀ ମ୍ୟାନେଜର ଶ୍ରୀ ବାନାମ୍ବର ବେହେରା ଛାତ୍ରଛାତ୍ରୀ ମାନଙ୍କୁ ଅର୍ଥରାଶି ପୁରସ୍କାର ବିତରଣ କରିଥିଲେ । ଉକ୍ତ ଉଚ୍ଛବ କୁ ଅଧ୍ୟକ୍ଷ ଶ୍ରୀ ଦାମୋଦର ଦାସ ଓ ଅଧ୍ୟକ୍ଷ୍ୟା ଶ୍ରୀମତୀ ନିରୋଜ କୁମାରି ବେହେରା ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଦଣ୍ଡାସୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅପର୍ଣ କରି ସଭା ସାଙ୍ଗ କାରିଥିଲେ।

nis-ad
Leave A Reply

Your email address will not be published.