ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ବିଶିଷ୍ଟ ଆଦର୍ଶ ଶିକ୍ଷାବିତ୍ ତଥା ରାଜନେତା ଓଡିଶା ପ୍ରଦେଶ କଂଗ୍ରେସର ପୂର୍ବତନ ସମ୍ପାଦକ ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ,ଖଦିବୋର୍ଡ ଓ ରାଜ୍ୟ ପରିବହନ ବୋର୍ଡର ସଭ୍ୟ ଥିଲେ ଏହି ମହାନ ନାୟକ ଶ୍ରୀ ଲକ୍ଷ୍ମୀଧର ଲେଙ୍କା।ଆଜି 80ବର୍ଷ ଵୟସରେ ତାଙ୍କ ଈଶ୍ବରପୁରୁ ସ୍ଥିତ ବାସଭଵନରେ ସକାଳେ ମୃତ୍ୟୁ ବରଣ କରିଛନ୍ତି | ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେଵା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ଶହ ଶହ ଶୁଭେଛୁ ଶେଷ ଦର୍ଶନ କରିଥିଲେ। ସ୍ଵର୍ଗତ ଲକ୍ଷ୍ମୀଧର ସାରଙ୍କ ମୃତ୍ୟୁ ଖବର ପାଇ ପ୍ରାକ୍ତନ ଵିଧାୟକ ଅଂଶୁମାନ ମହାନ୍ତି ଦୂରରେ ଥିଲେ ମଧ୍ୟ ସାରଙ୍କ ମୃତ୍ୟୁରେ ମର୍ମାହତ ହୋଇ ଵାର୍ତା ଦେଇଛନ୍ତି ରାଜନଗର ଅଞ୍ଚଳ ଜଣେ ସଚ୍ଚୋଟ ରାଜନେତା ତଥା ଜଣେ ଭଲ ମଣିଷକୁ ହରାଇ ଅପୁରଣୀୟ କ୍ଷତି ଘଟାଇଛି, ଭଗବାନ ତାଙ୍କର ଆତ୍ମାର ସଦ୍ଗତି ନିମନ୍ତେ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଏବଂ ତାଙ୍କର ଶୋକସନ୍ତପ୍ତ ପରିବାରଙ୍କୁ ସମଵେଦନା ଜଣାଇଥିଲେ । ଅଂଶୁମାନଙ୍କ ନିର୍ଦେଶ ପ୍ରକାରେ ବ୍ଲକ କଂଗ୍ରେସର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ଜେନାଙ୍କ ନେତୃତ୍ବରେ ପିସିସି ସଭ୍ୟ ସନ୍ତୋଷ କୁମାର ମହାନ୍ତି, ଇଶ୍ବରପୁରୁ ସରପଞ୍ଚଙ୍କ ସ୍ବାମି -ହୃଷୀକେଶ ସାହୁ, ସୁକାନ୍ତ କୁମାର ବେହେରା (ଜାପାନୀ) ଅଲେଖ ବେହେରା, ଦାମୋଦର ମହାନ୍ତି, ଯୁବ କଙ୍ଗ୍ରେସ ସଭାପତି ଶ୍ରୀ ପ୍ରଭାତ ସୁନିଲ ରାଉଳ, ରାଜେଶ ମଲ୍ଲିକ ପ୍ରମୁଖ ସ୍ବର୍ଗତ ଲକ୍ଷ୍ମୀଧର ସାରଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରି ମର ଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବିବରଣୀରୁ ପ୍ରକାଶ ସ୍ବର୍ଗତ ଲେଙ୍କା ଆଜି ସକାଳୁ ସସ୍ତ୍ରୀକ ପୁଅପାଖକୁ ଭୂଵନେଶ୍ବର ଯିବା ପାଇଁ ଵାହାରୀ ଥିଲେ, ସେହିସମୟର ହଠାତ ଅସୁସ୍ଥ ଅନୁଭବ କରି ଶୋଇ ପଡିଥିଲେ ,ସେହି ଶୋଇବାହିଁ ସଵୁଦିନ ପାଇଁ କାଳ ନିଦ୍ରାରେ ଶୋଇଗଲେ। ଏହି ସମୟରେ ପୁଅବୋହୁ ନଥିବା ବେଳେ ସ୍ତ୍ରୀ ଓ ଅନ୍ୟମାନେ ଉପସ୍ଥିତ ରହି ଥିଲେ। ତାଙ୍କର ପୁଅ ବୋହୁ ଆସିଲା ପରେ ତାଙ୍କ ମର ଶରିରକୁ ଶୋଭାଯାତ୍ରାରେ ତିନୋଟି ପଞ୍ଚାୟତରେ ବୁଲିବା ପରେ ରାଜନଗର ଗ୍ରାମ ବୁଲାଇ କଂଗ୍ରେସ କାର୍ଯ୍ୟାଳୟରେ ପୁଷ୍ପମାଲ୍ୟ ଅର୍ପଣ ପରେ ପୁରୀ ସ୍ବର୍ଗ ଦ୍ଵାରର ଅଭିମୁଖେ ନିଆଯାଇଥିଲା। ଲକ୍ଷ୍ମୀଧର ସାର୍ ବୋଲି ରାଜନଗର ଭଲଭାବେ ସୁପରିଚିତ ଥିବା ବେଳେ ତାଙ୍କର ଚାକିରୀ କାଳ ଓ ରାଜନୀତିର ଵାସସ୍ଥାନ ଗଳିଦାଣ୍ଡରେ ଥିବାରୁ ଆବାଳ ଵୃଦ୍ଧ ବନୀତା ପରିଚିତ। ମୃତ ଖବର ଶୁଣି ଗଳିଦାଣ୍ଡରେ ଶୋକର ଛାୟା ଖେଳିଯାଇଛି।
