ଓଏଭି କରାପଲ୍ଲୀରେ ବାର୍ଷିକ ଉତ୍ସବ : ଇନ୍ଦ୍ରଧନୁର ଛଟା ଦେଖାଇଲେ ଛାତ୍ରଛାତ୍ରୀ

add-all

ବ୍ରହ୍ମପୁର : ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ କରାପଲ୍ଲୀ ଅାଦର୍ଶ ବିଦ୍ୟାଳୟରେ ପ୍ରଧାନ ବିଭୁତି ଭୂଷଣ ଶତପଥୀଙ୍କ ତତ୍ୱାବଧାନରେ 8ମ ବାର୍ଷିକ ଉତ୍ସବ ତଥା ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବ୍ଳକ ଶିକ୍ଷାଧିକାରୀ ଦେବେନ୍ଦ୍ର କୁମାର ବେହେରା ଯୋଗଦେଇ ବିଦ୍ୟାଳୟରେ କହିଥିଲେ ଯେ ବିଦ୍ୟାଳୟ, ବ୍ଳକ, ଜିଲ୍ଳା, ରାଜ୍ୟ ଓ ଜାତୀୟସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସାଧୁବାଦ ଜଣାଇବା ସହ ସେମାନଙ୍କ ଭବିଷ୍ୟତର ଶୁଭକାମନା ମନାସୀଥିଲେ | ସେହିପରୀ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ଶିକ୍ଷୟିତ୍ରୀ ତଥା ଜଗନ୍ନାଥ ପ୍ରସାଦ ବ୍ଳକ ଶିକ୍ଷାଧିକାରୀ କଲ୍ୟାଣି ପାଢ଼ୀ ଯୋଗଦେଇ ବିଦ୍ୟାଳୟରେ ବିତାଥିବା ଦିନ ଗୁଡ଼ିକ ସ୍ମରଣ କରିବା ସହ ଛାତ୍ରଛାତ୍ରୀ ମାନେ ଜୀବନରେ ଅାତ୍ମ ସଂଯୋମତାକୁ ଛାତ୍ରଛାତ୍ରୀମାନେ କୋଠର ଭାବେ ପାଳିବାକୁ ଅାହ୍ବାନ ଦେଇଥିଲେ ା ଅନ୍ୟତମ ସମ୍ମାନୀତ ଭାବେ କରାପଲ୍ଲୀ ପ ାୟତର ସରପ ଏସ୍ ମେନକା ରେଡୀ ଯୋଗଦେଇ ବିଦ୍ୟାଳୟ କାର୍ଯ୍ୟକ୍ରମରେ ନିଜର ସହଭାଗିତାକୁ ମନେପକାଇ ଅାଗାମୀ ଦିନରେ ଏହି ଭଳି ବିଜୟର ଧାରା ଅବ୍ୟାହତ ରଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ା ଏହି ଉତ୍ସବରେ 350 ନାଚ, ଗୀତ, ବାଦ୍ୟଯନ୍ତ୍ର, ଅଭିନୟ, ଫ୍ୟାନ୍ସି ଡ୍ରେସ୍, ସଂଗୀତ ଭଳି ଇନ୍ଦ୍ରଧନୁର କାର୍ଯ୍ୟକ୍ରମକୁ ତିଅାରି କରିଥିଲେ ା ଶେଷରେ ଶିକ୍ଷୟିତ୍ରୀ ସଂଯୁକ୍ତା ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ ା

ad-week
Leave A Reply

Your email address will not be published.