୧୧ କେଜି ହରିଣ ମାଂସ ଜବତ, ଆସାମୀ ଫେରାର…

add-all

ଓଡ଼ଗାଁ : ଓଡ଼ଗାଁ ବନ ବିଭାଗ ଦ୍ବାରା ଚଢ଼ାଉ କରାଯାଇ ଆଜି ସକାଳେ ପାନ୍ତିଖରୀ ଗ୍ରାମପଞ୍ଚାୟତ ସାମ୍ନାରେ ଥିବା ପୋଖରୀ ହୁଡ଼ା ପର୍ଶ୍ଵରୁ ହରିଣ ମାଂସ ଥିବା ଏକ ବ୍ୟାଗ୍ ସହିତ ଏକ ସାଇକେଲ ଜବତ କରିଛି। ବ୍ୟାଗ୍ ରୁ ପଲିଥିନ ପ୍ୟାକେଟରେ ୧କେଜି ବିଶିଷ୍ଟ ୧୧ପ୍ୟାକେଟ ମାଂସ ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ ଓଡ଼ଗାଁ ବନ୍ୟାଞ୍ଚଳ ଅଧିକାରୀ ନିଖିଲେଶ୍ ମଲ୍ଲିକଙ୍କ ନିର୍ଦ୍ଦେଶରେ ବନପାଳ ସରିତା ବରାଳ ଏବଂ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ। କିଛି ବନ୍ୟଜନ୍ତୁ ଶିକାରୀ ପ୍ରତ୍ୟେକ ଦିନ ଜଙ୍ଗଲରୁ ପଶୁପକ୍ଷୀ ଶିକାର କରି ମାଂସ ବିକ୍ରୀ କରୁଥିବାର ଆଲୋଚନା ହେଉଛି । ଏଥିପ୍ରତି ବନବିଭାଗ କଠୋର କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ସାଧାରଣ ରେ ଦାବି ହେଉଛି ।

ad-week
Leave A Reply

Your email address will not be published.