ଚିକିଟୀ ତାଲୁକା ପନ୍ଦରା ସମାଜର ସାଧାରଣ ନିର୍ବାଚନ

add-all

ଚିକିଟୀ : ଚିକିଟୀ କରବାଲୁଆ ସ୍ଥିତ କଲ୍ୟାଣ ମଣ୍ଡପ ଠାରେଶନିବାର ରାତିରେ ନିଖିଳ ଓଡିଶା ଚିକିଟୀ ତାଲୁକା ପନ୍ଦରା ସମାଜର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି। ଏଠାରେ ସଭାପତି ରମେଶ ଚନ୍ଦ୍ର ବେହେରା, ଉପସଭାପତି ରୂପେ କୃଷ୍ଣ ଚନ୍ଦ୍ର ବାଡ଼ତ୍ୟା ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ,ସହ ସମ୍ପାଦକ ରୂପେ ରବୀନ୍ଦ୍ର ବlଡ଼ତ୍ୟା ,କୋଷାଧ୍ୟକ୍ଷ ରୂପେ ମାଧବ ବେହେରା ସର୍ବସାଧାରଣ କ୍ରମେ ନିର୍ବାଚିତ ହୋଇଥିବା ପ୍ରକାଶ ପାଉଛି। ଦୀର୍ଘ ବର୍ଷ ହେଲା କୁଳ ସମାଜ ବଞ୍ଚାଇ ରଖି ବିଧିବଦ୍ଧ ଭାବରେ ଅନୁବନ୍ଧିତ ହୋଇ ପନ୍ଦରା ସମାଜ ଆଗକୁ ଆଗକୁ ବଢି ଆସୁଥିବା ବେଳେ ସମାଜକୁ ଅଧିକରୁ ଅଧିକ କ୍ରମାଗତ ଭାବରେ ଚେଷ୍ଟା କରୁଥିବା ସଙ୍ଗ ଆଜି ତାର ଲକ୍ଷ ସ୍ତରରେ ପହଞ୍ଚାଇବାରେ ପନ୍ଦରl ସମାଜ ସକ୍ଷମ ହୋଇଛି। ଏହି ସଭାକୁ ସୁଚାର ରୁପରେ ସମ୍ପାଦନ କରିବା ସକାଶେ କୁଳ ଗଙ୍ଗାର ଅନେକ ମହିଳା ଯୋଗ ଦେବା ସହ କୁଳ ଭାଇମାନେ ଉପସ୍ଥିତ ରହି ନିର୍ବାଚନ କୁ ସଫଳ ରୂପାୟନ କରାଇଥିଲେ।

ad-week
Leave A Reply

Your email address will not be published.