ମାତୃହତ୍ୟା ଅଭିଯୋଗରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ…

add-all

ଦେବଗଡ,୨୯ା୧ଦେବଗଡ ଜିଲା ଓ ଦୌରାଜଜ ଗୌତମ ଶର୍ମା ଆଜି ଏକ ହତ୍ୟା ମାମଲାର ରାୟ ପ୍ରକାଶ କରି ପ୍ରମାଣ ଅଭାବରୁ ମାତୃହତ୍ୟା ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତ ୨୦୨୧ ମସିହା ମାର୍ଚ୍ଚ ମାସ ୨୭ ତାରିଖ ଦିନ ରିଆମାଳ ଥାନା ତଥା କଂସର ଫାଣ୍ଡି ଅନ୍ତର୍ଗତ କାଳଚିପୋଡାଡିହୀ ଗ୍ରାମର ହେମନ୍ତ ଦେହୁରୀ (୪୦) ନିକଟସ୍ଥ ଗ୍ରାମକୁ ଦୋଳଯାତ୍ରା ଦେଖିବା ଓ ମଦ୍ୟପାନ କରିବା ପାଇଁ ତା’ର ମା’ ତୁଳସା ଦେହୁରୀ(୭୫)ଙ୍କୁ ଟଙ୍କା ମାଗିଥିଲା । ,ମାତ୍ର ତୁଳସା ଟଙ୍କା ଦେବାପାଇଁ ମନା କରିବାରୁ ହେମନ୍ତ ଉତକ୍ଷୀପ୍ତ ହୋଇ ତାଙ୍କୁ ଗାଳିଗୁଲଜ କରିବା ସହ ଘରୁ ପଳାଇଥିଲା । ସେ ସଂଧ୍ୟାରେ ମାତାଲ ଅବସ୍ତାରେ ପୁଣିଥରେ ଘରକୁ ଫେରିବା ସହ ଖଟରେ ଶୋଇଥିବା ମା’ ତୁଳସାଙ୍କୁ ପୁଣିଥରେ ଟଙ୍କା ମାଗିଥିଲା । ମାତ୍ର ତୁଳସା ଏଥିରେ ରାଜି ନହେବାରୁ ହେମନ୍ତ ବାଡି ପଛପଟୁ ଏକ ପଥର ଆଣି ତୁଳସାଙ୍କ ମୁଣ୍ଡରେ ଛେଚି ଦେବାସହ ସେଠାରୁ ପ୍ରାୟ ୧୦ କି.ମି. ଦୂରବର୍ତୀ ବେଲୁଆମ ଗ୍ରାମରେ ରହୁଥିବା ତା’ର ବଡ ଭଉଣୀ ସଞ୍ଜୁକ୍ତା ବେହେରାଙ୍କ ଘରକୁ ଯାଇ ତାଙ୍କୁ ଏକଥା ଜଣାଇଥିଲା । ସାନବାଇ ହେମନ୍ତ ଠାରୁ ଏକଥା ଶୁଣିବାପରେ ବଡ ଭଉଣୀ ସଞ୍ଜୁକ୍ତା ଘଟଣା ସ୍ତଳରେ ପହଂଚି ମା’ ତୁଳସାଙ୍କୁ ରକ୍ତ ଜୁଡୁବୁଡୁ ତଥା ମୁମୂର୍ଷୁ ଅବସ୍ତାରେ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାସ ଯୋଗେ କୁଚିଣ୍ଡା ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ଡାକ୍ତରଖାନାକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ।ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତୁଳସାଙ୍କୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ନେଉଥିବା ବେଳେ ବାଟରେ ତୁଳସାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ସମ୍ପର୍କରେ ତୁଲସାଙ୍କ ଝିଅ ସଞ୍ଜୁକ୍ତା(ଅଭିଯୁକ୍ତ ହେମନ୍ତର ବଡଭଉଣୀ)ରିଆମାଳ ଥାନାରେ ଲିଖୀତ ଅଭୀଯୋଗ କରିବାରୁ ପୁଲିସ ହେମନ୍ତ ବିରୁଦ୍ଧରେ ଦଫା-୩୦୨ଆଇପିସିରେ ଏକ ମାମଲା ଋଜୁ କରି ଘଟଣାର ତଦନ୍ତ କରିବାସହ ହେମନ୍ତକୁ ଗିରଫ କରି କୋର୍ଟ ଚାଲଣ କରିଥିଲା । ମାନ୍ୟବର ଅଦାଲତ ୯ ଜଣ ସାକ୍ଷୀଙ୍କ ବୟାନ ଓ ଉଭୟ ପକ୍ଷର ଓଲିକଙ୍କ ଜବାବ ସୁଆଲକୁ ଭିତି କରି ପ୍ରମାଣ ଅଭାବରୁ ଅଭିଯୁକ୍ତ ହେମନ୍ତକୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ଅଭିଯୁକ୍ତ ହେମନ୍ତ ପାଇଁ ସରକାରଙ୍କ ଦ୍ୱାରା ନିଯୁକ୍ତ ଓକିଲ ସିଦ୍ଧେଶ୍ୱର ଗୁରୁ ଓ ବିଜ୍ଞା ବିନମ୍ରତା ଦ୍ୱିବେଦୀ ମୋକଦ୍ଦମା ପରିଚାଳନା କରୁଥିଲେ

ad-week
Leave A Reply

Your email address will not be published.