ସାମ୍ପ୍ରଦାୟିକତାବାଦ ବିରୁଦ୍ଧରେ ଗାନ୍ଧିଜୀ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ ଥିଲେ : ପୂଜ୍ୟ ପୂଜା ସମିତି

add-all

ବ୍ରାହ୍ମପୁର : ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ସତ୍ୟ ଓ ଅହିଂସାର ସାଧକ ମହାତ୍ମା ଗାନ୍ଧୀଙ୍କ ୭୬ତମ ସହିଦ ଦିବସ ପାଳନ ହୋଇଯାଇଛି l ପ୍ରଥମେ ସମିତି ସଭାପତି ବଂଶୀଧର ଭୂୟାଁ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଯଥା ମର୍ଯ୍ୟାଦାର ସହ ମାଲ୍ୟାର୍ପଣ କରିବା ପରେ ସେଠାରେ ଏକ ସ୍ମରଣ ସଭା ଆୟୋଜିତ ହୋଇଥିଲା l ସମତା, ସ୍ୱତନ୍ତ୍ରତା, ଭାତୃତ୍ୱଭାବ ଓ ଧର୍ମନିରପେକ୍ଷତା ଆଧାରରେ ଦେଶ ନିର୍ମାଣ ପାଇଁ ସଂକଳ୍ପ ନେଇଥିବାବେଳେ ତାଙ୍କ ସ୍ବପ୍ନର ଭାରତକୁ ନଷ୍ଟ କରିଦେବାପାଇଁ ଆଜିର ଦିନରେ ସାମ୍ପ୍ରଦାୟିକ ଶକ୍ତି ମାନେ ଗାନ୍ଧିଜୀଙ୍କୁ ହତ୍ୟା କରିଦେଇଥିଲେ l ଦେଶକୁ ସୁନ୍ଦରଭାବେ ଗଢିବାପାଇଁ ସାମ୍ପ୍ରଦାୟିକ ଶକ୍ତି ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି ହେବା ନିହାତି ଆବଶ୍ୟକ ରହିଛି ବୋଲି ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମାନବ ଅଧିକାର ସୁରକ୍ଷା ମଞ୍ଚର ସମ୍ପାଦକ ସୁବାଷ ଚନ୍ଦ୍ର ମିଶ୍ର, ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ମହାରଣା,ସୁଧୀର ରାଉତ,ଏସ. କେଶବ ଲିଙ୍ଗମ,ସୁରେନ୍ଦ୍ର ନାଥ ପଣ୍ଡା,ରାମ ଚନ୍ଦ୍ର ସାହାଣୀ,କବିରାଜ ସାହୁ,ଶ୍ୟାମ ସୁନ୍ଦର ଖlଡ଼ଙ୍ଗା,ଅମୁଲ୍ୟ ଚନ୍ଦ୍ର ପଣ୍ଡା, ପି. ଶଙ୍କର ରାଓ,ବିରେନ କୁମାର ବେହେରା,ସମିତି ସମ୍ପାଦକ ସାମ୍ବାଶିବା ରାଓ, ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

ad-week
Leave A Reply

Your email address will not be published.