ସରପଞ୍ଚଙ୍କ କାର୍ଯ୍ୟରେ ଅତିଷ୍ଟ ହୋଇ ବିଡ଼ିଓ ଙ୍କୁ ଫେରାଦ ହେଲେ ୱାର୍ଡ ମେମ୍ବର…

add-all

ଦାରିଙ୍ଗବାଡି,୩୧/୧, ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ନବନିତା କପାଟପାତ୍ର କାର୍ଯ୍ୟ ନେଇ ନାଏବ ସରପଞ୍ଚ ସମେତ ସମସ୍ତ ୱାର୍ଡ ମେମ୍ବର ମାନେ ବିଡ଼ିଓ ଙ୍କ ଠାରେ ଫେରାଦ ହୋଇଛନ୍ତି। ପଞ୍ଚାୟତରେ ମାସିକ ନିୟମିତ ବୈଠକ ହେଉନାହିଁ, ରାଜ୍ୟ ଓ କେନ୍ଦ୍ରୀୟ ଅନୁଦାନ କାର୍ଯ୍ୟରେ ୱାର୍ଡ ମେମ୍ବର ମାନଙ୍କୁ ଅଣଦେଖା, ମନରେଗା କାର୍ଯ୍ୟରେ ୱାର୍ଡ ମେମ୍ବର ମାନଙ୍କୁ ସୂଚନା ପ୍ରଦାନ ନକରିବା, ଭତ୍ତା ସଠିକ୍ ସମୟରେ ନମିଳିବା, ଏକାଧିକ ଲୋକ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ନପାଇବା ଭଳି ଅନେକ ଅଭିଯୋଗ ରହିଥିଲା। ଏହାକୁ ନେଇ ନାଏବ ସରପଞ୍ଚ ସଲମନ ସୁନାମାଝୀ ,ୱାର୍ଡ ମେମ୍ବର ମାନେ ବିଡ଼ିଓ ଙ୍କୁ ଅଭିଯୋଗ ପ୍ରଦାନ କରିଥିଲେ । ଯଦି ଏହାର ଶୀଘ୍ର ସମାଧାନ ନହୁଏ ତାହା ହେଲେ ନାଏବ ସରପଞ୍ଚ ସମେତ ସମସ୍ତ ୱାର୍ଡମେମ୍ବର ସଭ୍ୟ ସମୂହ ଇସ୍ତଫା ଦେବେ ବୋଲି ବିଡ଼ିଓ ଙ୍କୁ କହିଥିଲେ । ବିଡ଼ିଓ ଗଦାଧର ପାତ୍ର ୭ ଦିନ ମଧ୍ୟରେ ସମସ୍ତଙ୍କୁ ନେଇ ଏକ ବୈଠକ କରାଯାଇ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସରପଞ୍ଚ ନବନିତା କପାଟପାତ୍ର ଙ୍କୁ ପଚାରିବାରୁ ସେ ଏହି ଅଭିଯୋଗ ଭିତି ହିନ ବୋଲି କହିଛନ୍ତି।

ad-week
Leave A Reply

Your email address will not be published.