ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟ ପକ୍ଷରୁ ସାମୁହିକ ବ୍ରତୋପନୟନ

add-all


ହିଞ୍ଜିଳିକାଟୁ ୩୧/୧ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟ ଆନୁକୁଲ୍ୟରେ ମାଁ ଶ୍ୟାମଳାଇ ମନ୍ଦିର ପରିସରରେ ବୁଧବାର ଅନୁଷ୍ଠିତ ହୋଇଛି ବାର୍ଷିକ ଗଣ ବ୍ରତୋପନୟନ । ବିଦ୍ୟାଳୟ ପକ୍ଷରୁ ବିଗତ ତିିନି ବର୍ଷରେ ୫୦ରୁ ଉର୍ଦ୍ଧ ଜଣ ବ୍ରହ୍ମଚାରୀଙ୍କୁ ବ୍ରତୋପନୟନ କରାଯାଇଅଛି । ପୂର୍ଣ୍ଣ ରୀତି ନୀତି ଅନୁସାରେ ୫ ଜଣ ଯୁବକ ଉପବୀତ ଧାରଣ କରିଛନ୍ତି | ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟ ପକ୍ଷରୁ ଏଭଳି ବାର୍ଷିକ ବ୍ରତୋପନୟନ କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେଉଛି । ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟ ର ଅଧ୍ୟକ୍ଷ ସଙ୍କର୍ଷଣ ପାଠୀ ଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀଙ୍କ ସମେତ ବହୁ ନେତା, ସମାଜସେବୀ ଓ ମହନ୍ତ , ବିଦ୍ୟାଳୟ ର ସଭାପତି ସଙ୍କର୍ଷଣ ପାଠୀ, ସମ୍ପାଦକ ଦିପ୍ତିରଞ୍ଜନ ମହାପାତ୍ର, ଉପଦେଷ୍ଟା ଜଗନ୍ନାଥ, ସଭ୍ୟ ଈତିତୋଷ ପାଠୀ, ତପନ ପାଠୀ, ଅମ୍ବିକା ପାଠୀ, ପ୍ରଶାନ୍ତ ପାଠୀ, ମନୋଜ ପାଠୀ, କୋଷାଧ୍ୟକ୍ଷ ବଦ୍ରିନାଥ ସାବତ,ରାଜ ପାଠୀ, ଶିବପ୍ରସାଦ ପାଠୀଙ୍କ ସହ ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟ ସଓସଆଇଟଇ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ |

ad-week
Leave A Reply

Your email address will not be published.