ଦାରିଙ୍ଗବାଡି,୩୧/୧ : ବାଲିଗୁଡ଼ା ବନଖଣ୍ଡ ଅଧୀନ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ଭାବେ ହରିହର ବେହେରା ମଙ୍ଗଳବାର ଦିନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ଅନୁଗୁଳ ଜିଲ୍ଲାର କଦଳିଗଡ଼ କେଏଲ୍ ବନାଞ୍ଚଳରେ ବନାଞ୍ଚଳ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ତତ୍କାଳୀନ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର ପଟ୍ଟନାୟକ ଅବସର ନେବା ପରେ ଶ୍ରୀ ବେହେରା ଦାୟିତ୍ୱ ଗ୍ରହଣ କରିଛନ୍ତି ।
