କନ୍ଧମାଳ ସାଂସଦ ଦାରିଙ୍ଗବାଡ଼ି ବ୍ଳକ ଗସ୍ତକରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ

add-all

ଦାରିଙ୍ଗବାଡ଼ି, ୨/୨ : କନ୍ଧମାଳ ସାଂସଦ ଡା. ଅଚ୍ୟୁତ ସାମନ୍ତ ଦାରିଙ୍ଗବାଡ଼ି ବ୍ଳକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ । ପ୍ରଥମେ ସେ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁରେ ପହଞ୍ଚି ସେଠାରେ ଶିବ ମନ୍ଦିର ରେ ପୂଜାର୍ଚ୍ଚନା କରିଥିଲେ, ଏବଂ ଅଞ୍ଚଳ ର ଲୋକଙ୍କୁ ଭେଟି ବିଭିନ୍ନ ସମସ୍ୟା ନେଇ ଆଲୋଚନା କରି ମନ୍ଦିର ଓ ପ୍ରଭାତୀ ତାରା ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି କହିଥିଲେ । ପରେ ତାଜୁଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ମାହାଗୁଡ଼ି ରେ ଥିବା ବାପଷ୍ଟିଟ ଚର୍ଚ୍ଚ ରେ ପହଞ୍ଚି ସେଠାରେ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ । ଦାରିଙ୍ଗବାଡ଼ି ଅଭିମୁଖେ ଯାଇ ଡୁଲୁରି ପାଇନ ବଣ ରେ ପହଁଛି ଅଞ୍ଚଳର ଯୁବା ଯୁବତୀ ଙ୍କୁ ଭେଟି ଥିଲେ ଏବଂ ତାଙ୍କ ଉଚ୍ଚ ଶିକ୍ଷା ଏବଂ ଉତ୍ତମ ଭବିଷ୍ୟତ ପାଇଁ ଉପଦେଶ ଦେଇଥିଲେ। ପରେ ସେଠାରୁ ଦାରିଙ୍ଗବାଡ଼ିର ବ୍ଲକ ସଭାଗୃହରେ ଅନୁଷ୍ଠିତ ହେଉଥିବା ସମିତି ବୈଠକରେ ଯୋଗ ଦେଇ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଜନ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।

ad-week
Leave A Reply

Your email address will not be published.