ଦାରିଙ୍ଗବାଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବରେ ଉପ ବାଚସ୍ପତି

add-all

ଦାରିଙ୍ଗବାଡ଼ି,୨/୨ : ଦାରିଙ୍ଗବାଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଦନମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଉପ ବାଚସ୍ପତି ସାଲୁଗା ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରାଣୀ ପ୍ରଧାନ,
ସମ୍ମାନିତ ଅତିଥି ଭାବେ ବ୍ଳକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ବିଦ୍ୟାଳୟ ପରିଚଳନା କମିଟି ସଭାପତି ସନ୍ତୋଷ କୁମାର ପ୍ରଧାନ ଓ ବାଳିକା ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜୟ କୁମାର ଜେନା ଯୋଗଦେଇ ଥିଲେ ।

ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଧାନ ଶିକ୍ଷକ ମଦନମୋହନ ବେହେରା ପ୍ରଦାନ କରିଥିଲା ବେଳେ ବିଦ୍ୟାଳୟର ବାର୍ଷିକ ବିବରଣୀ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜୟ କୁମାର ଜେନା ପଠନ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ନିଜର ଛାତ୍ର ଜୀବନୀ ଓ ସେହି ସମୟର ବିଦ୍ୟାଳୟର ପରିସ୍ଥିତି ସମ୍ପର୍କରେ ଆଲୋଚନା କରି ଛାତ୍ରୀ ମାନଙ୍କୁ ଭଲରେ ପାଠ ପଢି ଭଲ ପିଲା ହେବା ସହ ଉନ୍ନତି କରିବାକୁ ଆହ୍ୱାନ ଦେଇଥିଲେ । ସେହି ଭଳି ଅନ୍ୟ ଅତିଥି ମାନେ ତାଙ୍କ ବକ୍ତବ୍ୟରେ ଉତ୍ସାହିତ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଏହା ପରେ ଛାତ୍ରୀଙ୍କ ପକ୍ଷରୁ ସାସ୍କୃତିକ କାର୍ଯ୍ୟକ୍ରମ କରି ଦର୍ଶକଙ୍କୁ ଖୁସି କରାଇଥିଲେ । କାର୍ଯ୍ୟକ୍ରମ ସଂଯୋଜନା ଶିକ୍ଷକ ନରେନ୍ଦ୍ର ବେହେରା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.