
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଯୋଗାଣ ଅଧିକାରୀଣି ଓ ଡିଲରଙ୍କ ମଧୁଚନ୍ଦ୍ରିକାରେ ଗରିବ ହିତାଧିକାରୀଙ୍କ ୪ମାସର ରେସନ ଚାଉଳକୁ ୩ମାସର ଦେଇ ବଳକା ହଡପ କରିଥିବା ଜୁନସୁନଗର, ମଧୁପୁରୁ ଓ ବଳରାମପୁରୁ ହିତାଧିକାରୀ ଅଭିଯୋଗ କରିଛନ୍ତି । ରଙ୍ଗଣି, ପଟ୍ଟାପାରିଆ, ସମେତ ଏନେଇ ବହୁ ଡିଲରଙ୍କ ଅନୀୟମିତତା ନେଇ ଅଭିଯୋଗ ଆସିଲେ ମଧ୍ୟ ବ୍ଲକ ଯୋଗାଣ ଅଧିକାରୀଙ୍କ କାରାନାମା ପଦାରେ ପଡିଯିବା ନେଇ ଅଭିଯୋଗକୁ ଭୃକ୍ଷେପ ନ କରି ନିଜର ଅପକର୍ମକୁ ଲୁଚାଇ ଵିଧାୟକଙ୍କ ନା ଧରି ପାରି ହୋଇଯାଉଥିବା ଦେଖିବାକୁ ମିଳିଛି। ସେଥିପାଇଁ ଯୋଗାଣ ଅଧିକାରିଣୀ ନିୟମିତ ଅଫିସିକୁ ନ ଆସି ଯେତିକି ଦିନ ଆସୁଛନ୍ତି ସାଧାରଣ ଲୋକଙ୍କ ଅଭିଯୋଗ ନ ଶୁଣି ଡିଲରମାନେ ତାଙ୍କ ସହ ଘେରିବସିଥିବା ଦୃଶ୍ୟ କ୍ୟାମେରାରେ ସାଇତି ରହିଛି। ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ସଵୁଦିନ ଡିଲରଙ୍କର କି କାର୍ଯ୍ୟ ରହୁଛି ଯୋଗାଣ ଅଧିକାରିଣୀଙ୍କ ପାଖରେ, ?ସମୟେ ସମୟେ ଡିଲରମାନେ ବାଇକରେ ନେଉଥିବା ଦେଖିବିକୁ ମିଳୁଥିବା ଵେଳେ ,ମାଡାମ ଅଭିଯୋଗ କାରୀଙ୍କ ତଦନ୍ତକୁ ନଯାଇ ଡିଲରମାନଙ୍କ ପାଖକୁ କି ସ୍ବାର୍ଥରେ ଯାଉଛନ୍ତି ଏନେଇ ହିତାଧିକାରୀଙ୍କ ମନରେ ନାନା ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ରାଜନଗର ବ୍ଲକ ଯୋଗାଣ ବିଭାଗର ଦୁର୍ନୀତିର ଚେର ଵହୁତଳକୁ ଯାଇଥିବା କାହା ସାହସରେ ବୋଲି ପ୍ରଶ୍ନ ଉଠିଛି , ମାସକୁ କାହାକୁ କେତେ ଚାନ୍ଦା ଦେଇ ଗରିବ ହିତାଧିକାରୀଙ୍କ ପେଟରେ ଲାତ ମରାଯାଉଛି। ବ୍ଲକରେ ପ୍ରକୃତ ଗରିବ ହିତାଧିକାରୀଙ୍କ ରେସନକାର୍ଡ ମିଳିନଥିବା ବେଳେ ଧନୀକ ଶ୍ରେଣୀର ପରିବାର ପିଛା ଦୁଇଟା ତିନିଟି ନେତାଙ୍କ ଚିଠା ଅନୁଯାଇ କରାଯାଇଛି,ଏସୁଯୋଗ ଭିତରେ କେତେକ ଡିଲର ଦଲାଲି ସାଜି ଅନୀୟମିତ କାର୍ଡ କରି ଯୋଗାଣ ଅଧିକାରୀଙ୍କ ପକେଟକୁ ପୁଳା ପୁଳା ଅନୈତିକ ଅର୍ଥ ଯୋଗାଇ ଦେବା ସହ ନିଜର ଫାଇଦା ପାଇଁ ଅଧିକ କାର୍ଡକୁ ଅଧିକ ଚାଉଳଉଠାଇ ଡିଲର ମାଲେ ମାଲ ହେଉଥିବା ଦେଖିବାକୁ ମିଳିଛି ,ଵହୁତ ଡିଲର ସମ୍ପର୍କୀୟଙ୍କ ନାମରେ ଡିଲର ସିପ୍ ନେଇ ଦସ୍ତଖତ ଠାରୁ ସଵୁ କିଛି କାଗଜାତ ନିଜେ କରି ହିତାଧିକାରୀଙ୍କୁ ଚକମା ଦେଖାଇ ତାଙ୍କ ଚାଉଳକୁ ହରିଲୁଟ କରି କେଜି ପିଛା ୨୦ଟଙ୍କା ଦେଉଥିବା ଵେଳେ ସେହି ଚାଉଳରୁ ଡିଲର ୩୫ଟଙ୍କା ପାଉଛି। ନାମକୁ ମାତ୍ର ଆଖି ସ୍କାନ ଚାଲୁଥିବା ଵେଳେ ମଲା ଲୋକ ଓ କେରଳରେ ଥିବା ଲୋକଙ୍କ ନାମରେ ଚାଉଳ ନେଇ ଡିଲର ମାଲେ ମାଲ ହେଉଥିବା ଅଭିଯୋଗ ହେଉଛି। ଏହାସତ୍ଵେ ମଧ୍ୟ ଡିଲରଙ୍କ ଏପରି ଦୁର୍ନୀତି ସତ୍ବେ ଆହୁରି ଅଭାବପଡିବାରୁ ୪ମାସର ଚାଉଳକୁ ୩ମାସରଦେଇ ସେଥିରୁ ୫କେଜି କାଟି ରଖିଵା ସହ ବଳକା ମାସର ଚାଉଳକୁ ଡିଲର ଓ ଯୋଗାଣ ଅଧିକାରୀ ଓ ନେତା ମିଳିମିଶି ଚଳୁ କରୁଥିବା ଅଭିଯୋଗ ହେଉଛି। ଏଵେ ଦେଖିବାକୁ ମିଳିଛି ଇଶ୍ବରପୁରୁ ଓ ଘଡିଆମାଳ ପଞ୍ଚାୟତରେ ଜୁନସୁନଗର, ମଧୁପୁରୁ ଓ ବଳରାମପୁରୁ ରେସନକାର୍ଡ ହିତାଧିକାରୀ ମାନେ ୪ମାସ ଚାଉଳ ବଦଳରେ ୩ମାସର ପାଇଛନ୍ତି ସେଥିରୁ ୫କେଜି ଚାଉଳ କାଟି ରଖିଛନ୍ତି। ଏହି ଦୁର୍ନୀତି ଖୋର୍ ରିଟଲରଙ୍କ ନାମରେ ନିୟମିତ ଅଭିଯୋଗ ହେଉଥିଲେ ମଧ୍ୟ ଯୋଗାଣ ଅଧିକାରୀଙ୍କ ହାତଚିକ୍ ଣ ହେଉଥିବାରୁ ନିରବ ଦ୍ରଷ୍ଟା ସାଜି ନେତାଙ୍କ ଆଶୀର୍ବାଦ ଲୋଡୁଛନ୍ତି। ଏପରି ଅନେକ ପଞ୍ଚାୟତରେ ରିଟଲରମାନେ ଦୁର୍ନୀତି କରିଚାଲୁଥିଲେ ମଧ୍ୟ ବିଭାଗିୟ କାର୍ଯ୍ୟାନୁଷ୍ଠାନ ଠପ୍ ହୋଇଥିବା ଏକ ପ୍ରକାର ସ୍ବଛତାର ପରିଚୟ ସୃଷ୍ଟି କରିଛି। ନିକଟରେ ରାଜପୁରୁ ଓ ବାଲିସାହିପାଟଣା ପଞ୍ଚାୟତରେ ରାସନ ସାମଗ୍ରୀ ହଡପ ହୋଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଯୋଗାଣ ଅଧିକାରିଣୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ବରଂ ନିଜର ସ୍ବାର୍ଥ ପାଇଁ ସମ୍ପୃକ୍ତ ଡିଲଙ୍କ ସହିତ ଅର୍ଥକୁ ନେଇ ଭାବ ପିରତି ରଖୁଥିବା ଅଭିଯୋଗ ହେଉଛି। ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନୀବାସ ସାହୁଙ୍କ ପ୍ରତିକ୍ରିୟା ନେଵାରୁ ସେ ସହଜରେ ଏଡାଇ ଦେଇ କହିଥିଲେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଖାଯାଉ ପ୍ରଶାସନ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।