ମଧୁଦାସ ପୀଠର କାଞ୍ଜିପାଣି ପେଟଜନିତ ରୋଗ ପାଇଁ ସର୍ବୋଷଧି

add-all

ରାଜନଗର : ଆଜି କାଲି ବିଭିନ୍ନ ପ୍ରକାରର ଅତ୍ୟା ଧୁନିକ ଖାଦ୍ୟ ପାଇଁ ଆମର ଭିନ୍ନ ଭିନ୍ନ ପେଟ ଜନିତ ରୋଗ ଦେଖା ଦେଉଛି। ଆମେ ଏହା ପାଇଁ ମେଡ଼ିକାଲ ର ଦ୍ବାରସ୍ଥ ହୋଇଥାଇ। କେନ୍ଦ୍ରାପଡା ଜିଲ୍ଲା ର କନ୍ତିଆ ମଧୁ ଦାସ ପୀଠ ରେ ବହୁ ପ୍ରାଚୀନ କାଞ୍ଜି ପାଣି ଯେଉଁମାନେ ପିଅନ୍ତି, ସେମାନଙ୍କର ପେଟ ଜନିତ ରୋଗ ର ସମସ୍ୟା ବିନା ମେଡିସିନ ରେ ହୋଇଥାଏ ବୋଲି ମଠର ମଠାଧୀଶ ସିଦାର୍ଥ ଶଙ୍କର ଦାସ ମତ ଦେଇଛନ୍ତି। ଏହି ପାଣି କୁ ପିଇ ବହୁତ ଲୋକ ମାନେ ଉପକୃତ ହୁଅନ୍ତି ବୋଲି ଅଞ୍ଚଳ ବାସୀ ମାନେ କୁହନ୍ତି। ଏହି ପ୍ରାକୃତିକ ଔଷଧ କୁ ପ୍ରଚାର ପ୍ରସାର ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା ମାନେ ଅଣ୍ଟା ଭିଡିଛନ୍ତି। ଆସନ୍ତା ଗ୍ରୀଷ୍ମ ଋତୁ ଓ ଅନ୍ୟାନ୍ୟ ସମୟ ରେ ବିଭିନ୍ନ ଅଞ୍ଚଳ ରୁ ଆସୁଥିବା ସାଧାରଣ ଲୋକଙ୍କ ପାଇଁ କିପରି ଅଧିକ ରୁ ଅଧିକ କାଞ୍ଜି ପାଣି ର ବ୍ୟବସ୍ଥା କରିବା ପାଇଁ ଏ ବୃହତ କାଞ୍ଜି ଭାଣ୍ଡ ର ବ୍ୟବସ୍ଥା କରାଯାଇଛି। ଏହା ପରେ ବିଭିନ୍ନ ପର୍ବ ପର୍ବାଣୀ ରେ କିପରି ସାଧାରଣ ଲୋକଙ୍କ ପାଖରେ ଏହା ପହଞ୍ଚିବ ଓ ରୋଗ କ୍ଷୟ ହେବ ଏଥି ପାଇଁ ଟ୍ରଷ୍ଟ ପକ୍ଷରୁ ଏକ ବୈଠକ ମଧ୍ୟ କରାଯାଇଛି।। ଏହି ଠାରେ କହି ରଖୁ କି ଏହି କାଞ୍ଜି ପାଣି ଅରୁଆ ପେଜ ରୁ ପ୍ରସ୍ତୁତ କରାଯାଇଥାଏ, ଯାହା ଏକ ଆଶ୍ଚର୍ୟ୍ଯ ର କଥା ଅଟେ। ଆମେ ଅରୁଆ ଖାଇଲେ ଅମର ପେଟ ଜନିତ ରୋଗ ବାହାରି ଥାଏ କିନ୍ତୁ ଏହାର ବ୍ୟତିକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ରେ ସାମିଲ ଥିବା ବ୍ୟକ୍ତି ମାନେ ହେଲେ ଦମନ ମହାନ୍ତି, ସୂର୍ଯ୍ୟକାନ୍ତ ପରିଡ଼ା, ମନୋଜ ରାଉତ, କ୍ଷୀରୋଦ ପ୍ରଧାନ, ନିର୍ମଳ ବାବା, ଗୋପୀନାଥ ସାହୁ ଓ ନିଗମ ସାହୁ।

ad-week
Leave A Reply

Your email address will not be published.