ମୋହନା ବ୍ଲକ ସ୍ତରୀୟ ଓଡିଆ ଭାଷା ସମ୍ମିଳନୀ

add-all

ଆର,ଉଦୟଗିରି : ମୋହନା,ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ତରୀୟ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ବିଡ଼ିଓ ହଳଧର ଶବରଙ୍କ ସଂଯୋଜନରେ ଆୟୋଜିତ ଏହି ସମ୍ମିଳନୀରେ ପ୍ରଥମେ ସାମୁହିକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ l ଏହା ପରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଭlରେ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଏବିଡିଓ ରମାକାନ୍ତ ଚୌଧୁରୀ,ଅଧ୍ୟାପକ ଡ. ଅନ୍ତର୍ଯ୍ୟାମୀ ଗୌଡ, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଲ୍ଲିକ ସହ ଅନେକ ପ୍ରମୁଖ ସରକାରୀ କର୍ମଚାରୀ, ବୁଦ୍ଧିଜୀବୀ ଯୋଗଦେଇ ଓଡିଆ ଭାଷାର ଆବଶ୍ୟକତା ଓ ଏହି ସମ୍ମିଳନୀର ଉଦେଶ୍ୟ ସମ୍ପର୍କରେ ପ୍ରକାଶ କରିଥିଲେ l ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, ଗୀତ ପ୍ରତିଯୋଗିତା ହୋଇଥିଲା l କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରଯାଇଛି l

ad-week
Leave A Reply

Your email address will not be published.