ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବନ୍ଧପଡା ପଞ୍ଚାୟତ ଖଣ୍ଡିଆପଡା ଗ୍ରାମର ନିରଞ୍ଜନ ସ୍ବାଇଁଙ୍କ ସ୍ତ୍ରୀ ସାଗରିକା ସ୍ବାଇଁ (63ବର୍ଷ)ଙ୍କର ଅଜଣା ବ୍ୟକ୍ତିଙ୍କ ମାରଣାସ୍ତ୍ରରେ ପରଲୋକ ହୋଇଯାଇଛି । ବିବରଣୀରୁ ପ୍ରକାଶ ଗତକାଲି ରାତିରେ ସାଗରିକା ନିଜ ଘରେ ଶୋଇଥିଲା । ସଵୁଦିନପରି ଗତକାଲି ରାତିରେ ବାହାରକୁ ଉଠି ପରିଶ୍ରା ଯାଇ ଶୋଇବା କୋଠରିକୁ ଫେରିଆସେ । ମାତ୍ର କାଲି ରାତିରେ କେତେଵେଳେ ମୃତ ସାଗରିକା ବାହାରକୁ ଯାଇଛି କେହି ଜାଣିନଥିବା ସ୍ବାମି ନିରଞ୍ଜନ କହିଛି। ହେଲେ ଆଜି ଭୋର୍ ସମୟରେ ନିରଞ୍ଜନଙ୍କ ଭାଉଜ ଵାଡି ଝାଟଇ ଥିବା ଵେଳେ ଦେଖିବାକୁ ପାଇଲେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାଗରିକା ଛଟପଟ ହେଉଛି। ସମସ୍ତଙ୍କୁ ଜଣାଇ ପରିଵାର ଲୋକ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ, ଅବସ୍ଥା ଗୁତର ଥିବାରୁ ଡାକ୍ତର କଟକ ଵଡ ମେଡିକାଲକୁ ପଠାଇଦେଲେ । .କିନ୍ତୁ ଦୁର୍ଭାଗ୍ୟବଶତଃ ଚାନ୍ଦୋଳ ନିକଟରେ ସାଗରିକାର ମୃତ୍ୟୁ ହୋଇଥିଲା। ସାଗରିକାଙ୍କ ପେଟରେ ମାରଣାସ୍ତ୍ର ଦ୍ଵାରା ଅନ୍ତବୁଜୁଳା ବାହାରିପଡିଥିବା ଵେଳେ ସୁନା କାନଫୁଲନଥିଲା ସୁନା ନେବାପାଇଁ ଵୃଦ୍ଧାଙ୍କୁ ଆକ୍ରମଣ କରିଥାଇପାରନ୍ତି ଵୋଲି ଚର୍ଚ୍ଚା ଚାଲିଛି । ଏନେଇ ଥାନାରେ ଏତଲା ହେବା ପରେ ସାଇଣ୍ଟିଫିକ୍ ଟିମ୍ ଆଜି ଦତନ୍ତ କରି ଫେରି ଯାଇଛନ୍ତି । ପୋଲିସ୍ କେଶ୍ ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଶବଵ୍ୟଵଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ତଦନ୍ତ କାରୀ ଅଧିକାରିଣୀ ଏସ୍ ଆଇ ଅନୁସୂୟା ନାୟକ ପ୍ରକାଶ କରିଛନ୍ତି।
