ଧନ୍ଦାମୂଳକ ଶିକ୍ଷାର୍ଥୀଙ୍କ ଶିଳ୍ପଭିତ୍ତିକ ପରିଭ୍ରମଣ କାର୍ଯ୍ୟକ୍ରମ…

add-all

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସରଣକୁଳ ସ୍ଥିତ ନାରାୟଣ ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କ ଦ୍ଵାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ନାରାୟଣ ଉଚ୍ଚ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ପରିଧାନ ବିଭାଗ ର ୬୮ଜଣ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସରଣକୁଳ ର ୧୧ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନ ଷଡ଼ଙ୍ଗୀଙ୍କ ତତ୍ତ୍ଵାବଧାନରେ ଏହି ଦୁଇଟି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସୋଲପଟା ରେ ଥିବା ବାଲୁଙ୍କେଶ୍ବର ତନ୍ତୁ ସମବାୟ ସମିତିକୁ ପରିଭ୍ରମଣ କରିଥିଲେ। ତାନ୍ତୁସମବାୟ ସମିତିର ସମ୍ପାଦକ ସନ୍ତୋଷ କୁମାର ନାୟକ, ଜିଲ୍ଲା ବୟନ ବିଭାଗର ଟେକ୍ନିସିଆନ ପ୍ରମୋଦ ବିହାରୀ କୌର ଏବଂ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିଧାନ ବିଭାଗର ଶିକ୍ଷୟିତ୍ରୀ ରୋଜାଲିନ ମିଶ୍ରଙ୍କ ସହାୟତାରେ ତନ୍ତରେ କପଡା ର ବୁଣା, ସୁତାର ବ୍ୟବହାର, କପଡ଼ାରେ ରଙ୍ଗ ର ବ୍ୟବହାର ସହିତ ଅନ୍ୟାନ୍ୟ ବିଷୟରେ ଶିକ୍ଷାର୍ଥୀ ମାନଙ୍କୁ ଶିକ୍ଷ୍ୟା ଦେଇଥିଲେ । ଧନ୍ଦାମୂଳକ ଶିକ୍ଷାର ଭାରପ୍ରାପ୍ତ ଅଧିକାରିଣୀ ପ୍ରଜ୍ଞା ପରିମିତା ସାହୁ ଏବଂ ବରିଷ୍ଠ ଶିକ୍ଷକ ରଶ୍ମି ରଞ୍ଜନ ମିଶ୍ର ଶିକ୍ଷ୍ୟା କ୍ଷେତ୍ର ରେ ଧନ୍ଦାମୂଳକ ଶିକ୍ଷାର ଉପାଦେୟତା ବିଷୟରେ ମତ ପ୍ରକାଶ କରିଛନ୍ତି । ଏହିପରି ଭାବେ ଶିକ୍ଷାର୍ଥୀ ମାନଙ୍କ ଶିଳ୍ପାନୁଷ୍ଠାନ ପରିଭ୍ରମଣ ଧନ୍ଦା ମୂଳକ ଶିକ୍ଷା କ୍ଷେତ୍ର ରେ ବିଶେଷ ଲାଭ ହୋଇପାରିବ ବୋଲି ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଭିଭାବକ ମାନେ ମତ ଦେଇଛନ୍ତି ।

ad-week
Leave A Reply

Your email address will not be published.