ସାଇନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ

add-all

ହିଞ୍ଜିଳିକାଟୁ୪/୨ : ହିଞ୍ଜିଳିକାଟୁ ନିକଟସ୍ଥ ପୋଚିଲିମା ଛକ ଠାରେ ଆସନ୍ତା କୃଷ୍ଣ ଅଷ୍ଟମୀ ଇଁରାଜୀ ତିଥି ୪!୩ତାରିଖ ସୋମବାର ଶ୍ରୀ ସାଇନାଥ ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ସୋମବାର ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ନିକଟସ୍ଥ ପୋଚିଲିମା ଛକ ଠାରେ ଶ୍ରୀ ସାଇନାଥ ଙ୍କ ଭବ୍ୟ ମନ୍ଦିର ସାଇସୂନ୍ଦର ଧାମରା ପ୍ରତିଷ୍ଠା ଉତ୍ସବ ପୂଜ୍ୟ ଗୁରୁଜୀ ଶ୍ରୀ ଚନ୍ଦ୍ରଭାନୁ ଶତପଥୀ ଙ୍କ କରକମଳରେ ସମାହିତ ହେବା ନିମନ୍ତେ କାର୍ଯ୍ୟକ୍ରମ ରହିଛି। ଶ୍ରୀ ସିରିଡି ସାଇ ସେବା ସମିତି ଟ୍ରଷ୍ଟ ଓ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ସୁନ୍ଦର ମାଧବ ଵେଦ କର୍ମକାଣ୍ଡ ବିଦ୍ୟାଳୟ ର ଅଧ୍ୟକ୍ଷ ସଙ୍କର୍ଷଣ ପାଠୀ ଓ ସମ୍ପାଦକ ଦିପ୍ତିରଞ୍ଜନ ମହାପାତ୍ର ଙ୍କ ଦ୍ଵାରା ବିଦ୍ୟାଳୟ ର ସମସ୍ତ ପୁରୋହିତ ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜାପାଠ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ନିର୍ବାହ କରିଥିଲେ । ସାଇ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ୨୪ ପ୍ରହର ସାଇନାମ ଅଖଣ୍ଡ ନାମଯଜ୍ଞ ସାଙ୍ଗକୁ ପ୍ରତ୍ୟହ ଦିନ ଅନ୍ନଯଜ୍ଞ ଓ ଘୃତଯଜ୍ଞ ଅନୁଷ୍ଠିତ ହେବ ଏବଂ ଏହି ପଞ୍ଚ ଦିବସୀୟ କାର୍ଯ୍ୟକ୍ରମ ମାର୍ଚ୍ଚ ମାସ ୪ ତାରିଖ ରୁ ଆରମ୍ଭ ହୋଇ ୮ ତାରିଖରେ ଶେଷ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ ପାଇଛି ।

ad-week
Leave A Reply

Your email address will not be published.