ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଗହିରମଥା ରେଞ୍ଜ ଅର୍ନ୍ତଗତ ଏକକୂଳା ସାମୁଦ୍ରିକ ନିଷିଧାଞ୍ଚଳରେ ଵେଆଇନ ଭାବେ ମାଛମାରୁଥିବା ଦେଖି ଵନଵିଭାଗର ପେଟ୍ରୋଲିଂ ଟିମ୍ ୨ଟି ବୋଟ ଜବତ କରିବା ସହ ୧୯ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଵନଵିଭାଗ ସୁତ୍ରରୁ ସୁଚନା ମିଳିଛି। ଗହିରମଥାର ରେଞ୍ଜର ଶ୍ରୀ ପ୍ରଦୋଷ କୁମାର ମହାରଣାଙ୍କ ନିର୍ଦ୍ଦେଶ ଅନୁଯାଇ ଫରେଷ୍ଟର ସୁରେଶ କୁମାର ପୃଷ୍ଟି ଓ ବନରକ୍ଷୀ ଶତୃଘନ ତପ୍ଳଙ୍କ ନେତୃତ୍ୱରେ ଏକ ପେଟ୍ରୋଲିଂ ଟିମ୍ ଏକକୂଳା ଓ ଚିଞ୍ଚିରୀ ବିଟ ନିକଟରେ ମା ଧାମରାଇ ଓ ଶାଈରଶ୍ମୀ ନାମକ ଦୁଇଟି ଵୋଟକୁ ଜବତ କରିବା ସହ ୧୯ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲେ। ଏଥିରୁ ୫ଟି ଭିଏଚ୍ଏଫ୍ ୨ଟି ଜିପିଏସ୍ ୧୨ଟି ଟ୍ରଙ୍ଗିଙ୍ଗ ଜାଲ, ୧ଟି ଲିଶା ଜାଲ ଓ ୧ଟି କାନିଜାଲ ଓ ୧ଟି ଟୋଲ ଜାଲ ପ୍ରମୁଖ ଜବତ କରି ୧୯ ଜଣ ଅଭିଯୁକ୍ତଙ୍କୁ ରାଜନଗର କୋର୍ଟକୁ ଚାଲାଣ କରିଛନ୍ତି।
